୧୯ କେଜିର ୧୪ ଖଣ୍ଡ ହାତୀ ଦାନ୍ତ ଜବତ

କେନ୍ଦୁଝର: ଜବତ ହେଲା ବହୁ ପରିମାଣର ହାତୀଦାନ୍ତ । ହାତୀଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ମଧ୍ୟ କରିଛି ବନ ବିଭାଗ । ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫ୍ଓଙ୍କ ନିର୍ଦେଶରେ ଏକ ଟିମ୍ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ପିଛା କରିଥିଲା ।
ଏକ କାରର ପିଛା କରି ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ନିକଟରେ ଗାଡି ଓ ଦାନ୍ତକୁ ଜବତ କରିଥିଲା ଟିମ୍ । ସେଠାରୁ ଖସି ପଳାଉଥବା ଅଭିଯୁକ୍ତ ମାନଙ୍କୁ ଗୋଡାଇ ବାୟାପିଟା ଗାଁରୁ ଗିରଫ କରିଥିଲା । ତେବେ ହାତୀଦାନ୍ତ କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା, ଏନେଇ ଯାଂଚ କରୁଛି ବନବିଭାଗ ।