ବାବୁରାଜରେ ଅତିଷ୍ଠ ହୋଇ ଉତ୍ତରପ୍ରଦେଶ ଡାକ୍ତରଙ୍କ ସମୂହ ଇସ୍ତଫା

14 doctors in UP resign over 'misbehaviour', 'mental harassment' by admin officers

ଉନ୍ନାଓ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ପାଇଁ ସ୍ଥିତି ସଙ୍ଗୀନ ରହିଛି । କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା ଲାଗି ଦିନରାତି ଏକ କରି କାମ କରୁଛନ୍ତି ଡାକ୍ତର । ହେଲେ ବୁଝୁନି ପ୍ରଶାସନର ମନ । ଉନ୍ନାଓ ପ୍ରଶାସନର ମନମାନିକୁ ବିରୋଧ କରି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ପ୍ରାୟ ୧୪ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଖରାପ ବ୍ୟବହାର ଓ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଡାକ୍ତର ଇସ୍ତଫା ଦେଇଥିବା କହିଛନ୍ତି ।

 14 doctors in UP resign over 'misbehaviour', 'mental harassment' by admin officers

ଇସ୍ତଫା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ଆଲୋଚନା ପର୍ଯ୍ୟନ୍ତ କୋଭିଡ୍ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବ ନାହିଁ ବୋଲି ଡାକ୍ତର ଆଶ୍ୱସନା ଦେଇଛନ୍ତି । ବିଭିନ୍ନ ସିଏଚସି ଓ ପିଏଚସିରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରର ନକଲକୁ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ), ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦେଇଛନ୍ତି ।

ଇସ୍ତଫା ଡାକ୍ତରମାନେ କହିଛନ୍ତି, ଆମେ ପିଏମଏସ୍ ବ୍ୟାନର ଆସୋସିଏସନ୍ ବ୍ୟାନରରେ ଲଢ଼ିବୁ ନାହିଁ । ଏହା ଆମର ଯୁଦ୍ଧ । ଜିଲ୍ଲାପାଳ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଆମ ସହ ଦୁର୍ବ୍ୟବହାର କରିଛନ୍ତି । ଆମେ ଗ୍ରାମାଞ୍ଚଳରେ ସୀମିତ ସମ୍ବଳରେ ବର୍ଷେ ହେଲା କାମ କରୁଛୁ । ସହଯୋଗ ବଦଳରେ ପ୍ରଶାସନିକ ଅଧିକାରୀ ଆମ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ।

 14 doctors in UP resign over 'misbehaviour', 'mental harassment' by admin officers

ଆମ କାମକୁ ଏସଡିଏମ୍ ଓ ବିଡିଓ ତଦାରଖ କରୁଛନ୍ତି । ଏପରିକି ଏକାଧିକ ଥର ସେମାନଙ୍କ ଦରମାକୁ ଅଟକାଇ ଦିଆଯାଇଥିବା ଡାକ୍ତର ଅଭିଯୋଗ କରିଛନ୍ତି । ତେବେ ସମସ୍ତ ଅଭିଯୋଗକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଅଗ୍ରାହ୍ୟ କରିଥିବା ବେଳେ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆଗାମୀ ପଦକ୍ଷେପ ନେବେ ବୋଲି କହିଛନ୍ତି ଇସ୍ତଫା ଦେଇଥିବା ଡାକ୍ତର ।

Leave a Reply