ସାମରିକ ହେଲିକପ୍ଟର ଖସି ୧୪ ମୃତ

ମେସ୍କିକୋ ସିଟି: ଖସିପଡିଲା ମେକ୍ସିକୋରେ ସାମରିକ ହେଲିକପ୍ଟର  । ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି । ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ବ୍ଲାକ ହକ୍ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ନେଇ ସୂଚନା ଦେଇଛି ମେକ୍ସିକୋ ନୌସେନା । ସୋନାଲୋଆର ଉତ୍ତରାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

ଏହି ଦୁର୍ଘଟଣାରେ ନୌସେନାରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ଘଟିଛି  । ମୃତକଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛି ନୌସେନା । ଦେଶ ପ୍ରତି ମୃତ ଯବାନଙ୍କ ସେବା ଓ ଉତ୍ସର୍ଗ ଅତୁଳନୀୟ ବୋଲି କହିଛନ୍ତି ଜଣେ ନୌସେନା ଅଧିକାରୀ  ।

ଗତ ଶୁକ୍ରବାର ନୌସେନା ଅପରେସନ କରି କୁଖ୍ୟାତ ଡ୍ରଗ ବ୍ୟବସାୟୀ ରାଫେଲ କାରୋ କ୍ୟୁଣ୍ଟେରୋକୁ ଧରିଥିଲା । ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ହେଲିକପ୍ଟର ଦୁର୍ଘଟଣା ସହ ଡ୍ରଗ୍ସ ନେଟଓ୍ବର୍କର ସମ୍ପର୍କ ରହିଥିବା ଆଶଙ୍କା କରାଯାଉଛି ।