ଧାନବାଦର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୪ ମୃତ

1 min read

ଧାନବାଦ: ଝାଡ଼ଖଣ୍ଡର ଧାନବାଦରେ ହୃଦୟବିଦାରକ ଘଟଣା ଘଟିଛି। ସ୍ଥାନୀୟ ଆଶିର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୧୦ ଜଣ ମହିଳା, ୩ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି।

ଧାନବାଦର ଡେପୁଟି କମିଶନର ସନ୍ଦୀପ କୁମାର କହିଛନ୍ତି, ଆପାର୍ଟମେଣ୍ଟରେ ଚାଲୁଥିବା ଏକ ପୂଜା ବେଳେ ଏହି ଅଘଟଣ ଘଟିଛି।

ଖବର ପାଇ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ନେଇ ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ବହୁ ଦୂରକୁ ନିଆଁ ଦେଖାଯାଉଥିଲା । ତେବେ ଏହି ଘଟଣାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୋକ ପ୍ରକାଶ କରିଛନ୍ତି ।