୧୮ ସର୍ତ୍ତରେ ଖୋଲିବ ରାଜଧାନୀରେ ୧୪ ଡ୍ୟାନ୍ସବାର

ଭୁବନେଶ୍ୱର: ସର୍ତ୍ତରେ ରାଜଧାନୀରେ ଖୋଲିବ ଡ୍ୟାନ୍ସବାର । 14 ଟି ଡ୍ୟାନ୍ସ ବାରକୁ ଅନୁମତି ମିଲିଛି । 18 ଟି ସର୍ତ୍ତ ମାନିବାକୁ ଡ୍ୟାନ୍ସ ବାରକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ତ୍ତ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । 21 ବର୍ଷରୁ କମ ଝିଅ ମାନେ ଡ୍ୟାନ୍ସ ବାରରେ ନାଚ କରି ପାରିବେ ନାହିଁ ବୋଲି କୁହାଯାଇଥିବାବେଳେ ଦିନ 12 ରୁ ରାତି 12 ଖୋଲା ରହିବ ବାର ।
ନିର୍ଦ୍ଦେଶ ମୁତାବକ ବାର ଡ୍ୟାନ୍ସର ମାନେ ଉତ୍ତେଜକ ଡ୍ରେସ ପିନ୍ଧିପାରିବେ ନାହିଁ । ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରା ରହିବ । ଅନୁମତି ପାଇ ନଥିବା ବାର ଗୁଡିକ ଡ୍ୟାନ୍ସ ବାର ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ବିଭାଗ ଡେପୁଟି ସୁପରିନଟେଣ୍ଡଣ୍ଟ ସଂଘମିତ୍ରା ପ୍ରଧାନ ।