ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ
1 min readକାଠମାଣ୍ଡୁ: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ । ଗତକାଲି ଦୁର୍ଘଟଣା ଘଟିଥିବା ସ୍ଥଳ ମୁସ୍ତାଙ୍ଗର ସାନୋସଓ୍ବରେ ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ସେଠାରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ମୃତଦେହଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ଖରାପ ପାଗ ଯୋଗୁ ରେସ୍କ୍ୟୁ ଅପରେସନରେ ବାଧା ସୃଷ୍ଟି ହୋଇଛି । ଥାସାଙ୍ଗ-୨ର ସାନୋସଓ୍ବେର ସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚିଥିବା କୁହାଯାଇଛି ।
Nepal | We suspected all the passengers on board the aircraft have lost their lives. Our preliminary assessment shows that no one could have survived the plane crash, but official statement is due: Phadindra Mani Pokhrel, Spokesperson, Home Ministry to ANI
— ANI (@ANI) May 30, 2022
ସେପଟେ ଏୟାର ଲାଇନ ପକ୍ଷରୁ ଜାରି ଯାତ୍ରୀ ତାଲିକାରେ ଅଶୋକ ତ୍ରିପାଠୀଙ୍କ ସମେତ ୪ ସଦସ୍ୟଙ୍କ ନାମ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଶୋକଙ୍କ ସ୍ତ୍ରୀ ବୈଭବୀ ବାନ୍ଦେକର ତ୍ରିପାଠୀ, ପୁତ୍ର ଧନୁଷ ଓ କନ୍ୟା ଋତିକା । ସେମାନେ ଥାନେରେ ବାସ କରୁଥିଲେ ବୋଲି କୁହାଯାଇଛି । ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ ଦୁଇଟି ଘରୋଇ ହେଲିକପ୍ଟର ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।
Nepal plane crash | A team led by Nepal Police inspector Raj Kumar Tamang reaches the crash site by air.
“Some of the bodies of the passengers are beyond recognition. Police gathering the remains” the official says.
— ANI (@ANI) May 30, 2022
ବିମାନ ଦୁର୍ଘଟଣା ପୂର୍ବରୁ ATCର ସୂଚନାକୁ ନେଇ ଆସିଛି ନୂଆ ତଥ୍ୟ । ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ ଏଟିସିକୁ ପାଗ ଓ ଭିଜିବିଲିଟି ନେଇ ତଥ୍ୟ ମାଗିଥିଲେ । ତେବେ ଲ୍ୟାଣ୍ଡିଂ ପାଇଁ ପ୍ଲେନକୁ ଜମସମ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅନୁମତି ଦେଇଥିଲା ବୋଲି ଜଣାପଡ଼ିଛି । ଗତକାଲି ସକାଳ ୯ଟା ୫୫ ମିନଟରେ ଟ୍ବିନ ଅଟ୍ଟର 9N-AET ବିମାନ ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ ।