ଏସବିଆଇରେ ପୂରଣ ହେବ ୧୩,୭୩୫ଟି ଜୁନିୟର ଆସୋସିଏଟ ପଦବୀ
1 min readନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କିଂ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଲକ୍ଷ୍ୟ ରଖିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ତରଫରୁ କ୍ଲରିକାଲ କ୍ୟାଡରରେ ୧୩,୭୩୫ଟି ଜୁନିୟର ଆସୋସିଏଟ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀ ପୂରଣ ହେବ । ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଜାନୁଆରୀ ୭ ଆବେଦନର ଅନ୍ତିମ ତାରିଖ ରହିଛି । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇପାରିବେ ।
ଏହି ପଦବୀରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ୨୦୨୪ ମସିହା ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଓବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ୩ ବର୍ଷ ଓ ଏସସି / ଏସଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ ।
ପ୍ରାର୍ଥୀମାନେ ପ୍ରିଲିମିନାରୀ ପରୀକ୍ଷାରେ ୧୦୦ ମାର୍କ ଓ ମୁଖ୍ୟ ପରୀକ୍ଷାରେ ୨୦୦ ମାର୍କର ପରୀକ୍ଷା ଦେବେ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପରୀକ୍ଷା କେନ୍ଦ୍ରମାନଙ୍କରେ ଏହି ପରୀକ୍ଷାର ଆୟୋଜନ କରାଯିବ । ଏହି ପଦବୀ ପାଇଁ ଚୟନ ହେବା ପରେ ପ୍ରାର୍ଥୀଙ୍କ ବେସିକ୍ ପେ ୨୬,୭୩୦ ଟଙ୍କାରୁ ଆରମ୍ଭ ହେବ । ଏହି ପଦବୀ ପାଇଁ ଆବେଦନ କରିବା ପାଇଁ General / OBC / EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ ୭୫୦ ଟଙ୍କା ରହିଥିବା ବେଳେ SC/ ST / PwBD / XS / DXS ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।
ନୋଟିଫିକେସନ ଲିଙ୍କ: https://sbi.co.in/documents/77530/43947057/16122024_JA+2024+-Detailed+Advt.pdf/6b16e166-78df-2cc9-36a0-3680682d6434?t=1734354989415
ଆବେଦନ ଲିଙ୍କ: https://ibpsonline.ibps.in/sbidrjadec24