spot_img

Latest Posts

ରାଜ୍ୟରେ ଆଉ ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ତେବେ ଆଜି ୧୩୦୫ ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୬୬, ଖୋର୍ଦ୍ଧାର ୧୫୬, କଟକର ୧୨୮, ଯାଜପୁରର ୧୧୧, ମାଲକାନଗିରିର ୭୫, ବାଲେଶ୍ୱରର ୭୧, ସୁନ୍ଦରଗଡ଼ର ୬୩, ପୁରୀର ୫୦, କଳାହାଣ୍ଡିର ୪୪, କେନ୍ଦ୍ରାପଡ଼ାର ୪୨, କୋରାପୁଟର ୩୩, ନୟାଗଡ଼ର ୩୩, ଢ଼େଙ୍କାନାଳର ୨୮, ଗଜପତିର ୨୫, ନବରଙ୍ଗପୁରର ୨୫, ସମ୍ବଲପୁରରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଭଦ୍ରକରୁ ୨୦, ଝାରସୁଗୁଡ଼ାରୁ ୧୯, ମୟୂରଭଞ୍ଜରୁ ୧୮, ନୂଆପଡ଼ାରୁ ୧୬, କନ୍ଧମାଳରୁ ୧୨, କେନ୍ଦୁଝର ୧୨, ଜଗତସିଂହପୁରରୁ ୯, ବଲାଙ୍ଗିରରୁ ୮, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏହି ୧୩୦୫ ଜଣ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୩୯ ହଜାର ୨୦୫ରେ ପହଞ୍ଚିଛି ।

Latest Posts

Don't Miss