ରାଜ୍ୟରେ ୨୬୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୨୪ଟି ମାମଲା ଆସିଥିବା ବେଳେ ୬ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

କଟକରୁ ସର୍ବାଧିକ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ ଗଜପତିରୁ ୭ ଜଣ ଲେଖାଏଁ, କୋରାପୁଟ ୬, ବରଗଡ଼ ଓ ଭଦ୍ରକରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, କେନ୍ଦୁଝର ଓ କେନ୍ଦ୍ରାପଡ଼ାରୁ ୨ଟି ଲେଖାଏଁ ନୂଆ ସଂକ୍ରମଣ ମାମଲା ଆସିଛି ।

ଅନୁଗୁଳ, ସୋନପୁର, ପୁରୀ, ରାୟଗଡ଼ା, ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଲେଖାଏଁ ନୂଆ ସଂକ୍ରମଣ ମାମଲା ଆସିଛି । ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୨୬୦୮କୁ ବୃଦ୍ଧି ପାଇଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇଛନ୍ତି । ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୧୧୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି, ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

Leave a Reply