ଆଜି ବି ମନେପଡ଼େ ସେହି କାଳରାତ୍ରିର ଭୟ… ମାଓ ତାଣ୍ଡବରେ ଥରି ଉଠିଥିଲା ନୟାଗଡ଼

ନୟାଗଡ଼: ବହୁଚର୍ଚ୍ଚିତ ୨୦୦୮ ନୟାଗଡ ମାଓ ଆକ୍ରମଣକୁ ପୁରିଛି ୧୧ବର୍ଷ । ହେଲେ ସେଦିନର ଭୟ, ଯନ୍ତ୍ରଣା ଆଜିବି ଜିଲ୍ଲାବାସୀଙ୍କ ମନକୁ ଥରେଇ ଦେଉଛି । ୨୦୦୮ ମସିହା ଫେବ୍ରୁଆରି ୧୫ ତାରିଖ । ୨୦୦ରୁ ଉର୍ଦ୍ଧ ମାଓବାଦୀ ଜିଲ୍ଲାର ୬ଟି ସ୍ଥାନରେ ରଚିଥିଲେ ଲାଲ୍ ତାଣ୍ଡବ । ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ ଥାନା, ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନାରେ ଆକ୍ରମଣ କରିବା ସହ ନୟାଗଡ ଅସ୍ତ୍ରାଗାରରୁ ଲୁଟିନେଇଥିଲେ ମାଓବାଦୀ ।

ଅତି ବିଭତ୍ସଭାବେ ୧୫ଜଣ ପୋଲିସଙ୍କୁ ହତ୍ୟା କରିବା ସହିତ ଜଣେ ସାଧାରଣ ଲୋକକୁ ମଧ୍ୟ ହତ୍ୟା କରିଥିଲା ଲାଲ୍ ସେନା । ଏହି ଆକ୍ରମଣରେ ୫ଉର୍ଦ୍ଧ୍ୱ ଗୁରୁତର ହୋଇଥିଲେ । ଘଟଣାର ତଦନ୍ତ କରି ୨୨ ଜଣକୁ ଗିରଫ କରିଥିଲା ସ୍ୱତନ୍ତ୍ର ସ୍କାର୍ଡ । ତେବେ ଆବଶ୍ୟକ ପ୍ରମାଣ ଅଭାବରୁ ୧୭ ଜଣ ନିର୍ଦ୍ଦୋଶରେ ଖଲାସ ହୋଇସାରିଥିବା ବେଳେ ବିଚାରାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଛି ।

ନୟାଗଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ୍ ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦଙ୍କ ସମେତ ଅନ୍ୟ ୪ଜଣ ଏବେ ଜେଲ୍‌ରେ । ତେବେ ସେଦିନ ଅପେକ୍ଷା ଏବେ ପୋଲିସର ଶକ୍ତି ବଢିଛି ଓ ନୟାଗଡ ଜିଲ୍ଲା ଏକରକମର ମାଓ ମୁକ୍ତ ହୋଇଛି ।

Leave a Reply