କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

କଟକ: ସ୍ଥାନୀୟ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ । ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେପଟେ କଲେଜର ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ପଜିଟିଭ ପିଲାଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି କଲେଜକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ନେଗେଟିଭ୍ ରିପୋର୍ଟ ଥିବା ପିଲା ହଷ୍ଟେଲ ଛାଡିବାକୁ କୁହାଯାଇଛି । ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି ।