ସୋନମଙ୍କୁ ମେଘାଳୟ ପୋଲିସର ୧୩ ପ୍ରଶ୍ନ, ଜାଣନ୍ତୁ ଏସବୁ କଣ ?
1 min read
ନନ୍ଦିଘୋଷ ବ୍ୟୁରୋ: ହନିମୁନରେ ଯାଇ ସ୍ବାମୀଙ୍କ ହତ୍ୟା କରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜା ରଘୁବଂଶୀଙ୍କୁ ପତ୍ନୀ ସୋନମ ହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନମଙ୍କ ସହ ପ୍ରେମିକ ରାଜ ଏବଂ ତିନି ଜଣ ସୁପାରି କିଲରଙ୍କୁ ଗିରଫ କରିଛି ମେଘାଳୟ ପୋଲିସ । ସ୍ବାମୀଙ୍କ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ କରିବା ପାଇଁ ସୋନମ କରିଥିଲେ ଯୋଜନା । କିନ୍ତୁ ଅନେକ ଗୁଡ଼ିଏ ତଥ୍ୟ ପ୍ରମାଣ ସାଙ୍ଗକୁ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ମେଘାଳୟ ପୋଲିସ ପକ୍ଷରୁ ସୋନମଙ୍କୁ ପଚରାଯାଇଥିଲା ୧୩ କଠୋର ପ୍ରଶ୍ନ । ଯେଉଁ ପ୍ରଶ୍ନ ଶୁଣି ଆକ୍ତାମାକ୍ତା ହୋଇଥିଲେ ସୋନମ । ତେବେ ଏହି ୧୩ ପ୍ରଶ୍ନ କଣ ?
୧- ମେଘାଳୟକୁ ହନିମୁନ ଆସିବା ପାଇଁ କେବେ ଯୋଜନା କଲ ?
୨- ଫେରିବାର ଟିକେଟ କାହିଁକି ବୁକିଂ କରିନଥିଲେ ? ଏହା ହତ୍ୟାର ଯୋଜନା ନଥିଲା ତ ?
୩- ତୁମେ ବିବାହ ପୂର୍ବରୁ ରାଜ କୁଶଓ୍ବାହାଙ୍କୁ ଜାଣିଥିଲ କି ? ଉଭୟଙ୍କ ନିରନ୍ତର ଯୋଗାଯୋଗର ପ୍ରମାଣ ଅଛି ।
୪- ଚାଟରୁ ପ୍ରମାଣ ମିଳିଛି କି ତୁମେ ହନିମୁନ ଆସିବା ସମୟରେ ମଧ୍ୟ ରାଜଙ୍କ ସମ୍ପର୍କରେ ଥିଲ । ତୁମେ କଣ କଥା ହେଉଥିଲ ?
୫- ଅଭିଯୁକ୍ତଙ୍କୁ କାହିଁକି ସେୟାର କରିଥିଲା ଲାଇଭ୍ ଲୋକେସନ ?
୬- ୩ ଜଣ ହିନ୍ଦୀ ଭାଷାଭାଷି ଲୋକଙ୍କ ସହ ତୁମର ସାକ୍ଷାତ ହୋଇଥିଲା । ସେମାନଙ୍କ ସହ କଣ କଥା ହୋଇଥିଲ ?
୭- ଗାଇଡ୍ କହିଛନ୍ତି କି, ତୁମେ ୨୨ ତାରିଖରେ ସେବା ମନା କରିଥିଲ । ଏମିତି କାହିଁକି କଲ ?
୮- ଅଭିଯୁକ୍ତଙ୍କୁ ତୁମେ କେମିତି ଚିହ୍ନିଲ ? ରାଜଙ୍କର ସେମାନଙ୍କ କଣ ସମ୍ପର୍କ ?
୯- ଆପଣଙ୍କ ସ୍ବାମୀଙ୍କ ଘଣ୍ଟାଠାରୁ ଆରମ୍ଭ କରି ଫୋନ ଏବଂ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଗାଏବ ରହିଛି । କିନ୍ତୁ ତୁମର କୌଣସି ଜିନିଷ କାହିଁକି କେହି ନେଲେନି ?
୧୦- ମେଘାଳୟ ଆସିବାକୁ ରାଜାଙ୍କ ମା ମନା କରୁଥିଲେ, ତୁମେ କାହିଁକି ବାଛିଲ ?
୧୧- ବିବାହ ସମୟରେ ତୁମେ ଅଲଗା ପ୍ରକାର ମନେ ହେଉଥିଲ, ଯଦି ମନ ନଥିଲା କାହିଁକି ବିବାହ କଲ ?
୧୨- ତଦନ୍ତରେ ତୁମ ଏବଂ ରାଜ କୁଶୱାହାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଯଥେଷ୍ଟ ପ୍ରମାଣ ମିଳିଛି। ତୁମର ଉତ୍ତର କ’ଣ?
୧୩ – ତୁମେ କ’ଣ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲ?