ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା

2 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୬୦ ବର୍ଷିୟ ପୁରୁଷ, କଟକରୁ ୪୩ ବର୍ଷିୟ ଓ ୩୨ ବର୍ଷିୟ ପୁରୁଷ, ଗଞ୍ଜାମରୁ ୪୨ ବର୍ଷିୟ ଓ ୭୫ ବର୍ଷିୟ ପୁରୁଷ ଯିଏକି ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । କେଉଁଝରରୁ ୬୦ ବର୍ଷିୟ ମହିଳା, ପୁରୀରୁ ୭୨ ବର୍ଷିୟ ପୁରୁଷ, ସମ୍ବଲପୁରରୁ ୪୨ ବର୍ଷିୟ ପୁରୁଷ ଓ ୫୮ ବର୍ଷିୟ ମହିଳା, ୫୦ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ରୁ ଦୁଇଜଣ ୬୦ ବର୍ଷିୟ ପୁରୁଷ ଏବଂ ଜଣେ ୭୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ରାକ୍ଷସର ଜାଲରେ ଛନ୍ଦି ହୋଇଛି ପୁରା ରାଜ୍ୟ । ଦିନକୁ ୨ ହଜାର ଉପରେ ସଂକ୍ରମଣ ଏବେ ଚିହ୍ନଟ ହେବାରେ ଲାଗିଛି । ବୁଧବାର ପୁଣି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୩ହଜାର ୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଚାଇନ୍ କେନ୍ଦ୍ରରୁ ୨ହଜାର ୫୩ ଜଣ ଓ ୧୩ଶହ ୧୮ଟି ଲୋକାଲ୍ କେସ ଚିହ୍ନଟ ହୋଇଛି ।

ଅନୁଗୁଳରୁ ୬୩, ବାଲେଶ୍ୱର ୯୮, ବରଗଡ଼ରୁ ୯୮, ବଲାଙ୍ଗିର ୭୬, ବୌଦ୍ଧରୁ ୪୭, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତି ୪୧, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, କଳାହାଣ୍ଡିରୁ ୪୧, କେନ୍ଦ୍ରାପଡ଼ାରୁ ୭୬, କେଉଁଝରରୁ ୭୪, କୋରାପୁଟରୁ ୯୧, ମୟୁରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୫, ନୂଆପଡ଼ାରୁ ୧୫, ପୁରୀରୁ ୧୪୪, ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply