ଗଡ଼ଚିରୋଲିରେ ପୋଲିସର ଏନକାଉଣ୍ଟର, ୧୩ ନକ୍ସଲ ନିହତ
1 min read
ନାଗପୁର: ମହାରାଷ୍ଟ୍ରରେ ଲାଲ୍ ବାହିନୀକୁ ଝଟକା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୩ ନକ୍ସଲ ନିହତ ହୋଇଛନ୍ତି । ମହାରାଷ୍ଟ୍ରର ଗଡ଼ଚିରୋଲି ଫରେଷ୍ଟରେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୧୩ ନକ୍ସଲ ନିହତ ହୋଇଛନ୍ତି । ଆଜି ସକାଳୁ ସୁରକ୍ଷାକର୍ମୀମାନେ ମାଓ କ୍ୟାମ୍ପ ଉପରେ ହମଲା କରିଥିଲେ ।
#UPDATE | At least 13 Naxals were neutralized in a police operation in the forest area of Etapalli, Gadchiroli, says Sandip Patil, DIG Gadchiroli#Maharashtra
— ANI (@ANI) May 21, 2021
ଏହି ସମୟରେ ୧୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାମ୍ପରୁ କେତେକ ମାରଣାସ୍ତ୍ର, ବନ୍ଧୁକ, ଗୁଳି ଆଦି ଜବତ କରାଯାଇଛି । କାସାନସୁର ଦଲାମର ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଏକ ବୈଠକ ଆୟୋଜନ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ତେବେ ବୈଠକ ପୂର୍ବରୁ ମାଓକ୍ୟାମ୍ପରେ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ ।