ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ, ମୃତଦେହର ହେବ DNA ଟେଷ୍ଟ

1 min read
13 of the 14 personnel involved in the military chopper crash in Tamil Nadu have been confirmed dead

ଚେନ୍ନା: କନ୍ନୁରରେ ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର କ୍ରାସ୍ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ୧୪ ଜଣଙ୍କୁ ନେଇ ଯାଉଥିବା ବେଳେ ଜଙ୍ଗଲରେ କ୍ରାସ୍ ହୋଇ ଯାଇଥିଲା । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସରବରାହ ସଂସ୍ଥା ଏନଏଆଇ ପକ୍ଷରୁ ସୂଚନା ମିଳିଛି ।

୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ଚିହ୍ନିବା ସମ୍ଭବ ନୁହେଁ । ମିଳିଥିବା ସୂଚନା ଅନୁସାରେ, ମୃତଦେହ ଗୁଡ଼ିକ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବ ।

ଏଥିସହ ପଢ଼ନ୍ତୁ: ରାୱତଙ୍କ ପାଇଁ ପ୍ରାର୍ଥନା କରୁଛି ଦେଶ, ଆଗରୁ ମଧ୍ୟ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି ସିଡିଏସ୍

କୁହାଯାଉଛି, ସିଡିଏସ୍ ଜେନେରାଲ ବିପିନ୍ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କର ଚିକିତ୍ସା ମିଲିଟାରୀ ହସ୍ପିଟାଲରେ ଚାଲିଛି । ଅନ୍ୟପଟେ ବାୟୁସେନା ମୁଖ୍ୟ ଏମ୍.ଏମ୍ ନରଭଣେ କନ୍ନୁରରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ୍ ରାୱତଙ୍କ ଦିଲ୍ଲୀ ବାସଭବନକୁ ଯାଇ ଫେରିଥିବା ବେଳେ କାଲିଂ ସଂସଦରେ ବିବୃତି ରଖିବେ ବୋଲି ଜଣାପଡ଼ିଛି ।

Leave a Reply