କରୋନା କବଳରେ ବିରଳ ଜନଜାତି ଡଙ୍ଗରିଆ : ୧୩ ସଂକ୍ରମିତ ଚିହ୍ନଟ

ରାୟଗଡ଼ା: କରୋନା କବଳରୁ ବର୍ତ୍ତି ପାରିଲେନି ବିରଳ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ପୂର୍ବ ଘାଟ ପର୍ବତମାଳାର ନିୟମଗିରିରେ ବାସ କରୁଥିବା ୪ ଟି ଡଙ୍ଗରିଆ ଗାଁକୁ  ବ୍ୟାପିଛି କରୋନା । ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡ଼ା, ନିର୍ଗୁଣ୍ଡି ଗାଁର ୧୯ ଡଙ୍ଗରିଆ ଆଜି ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କିଭଳି ନିୟନ୍ତ୍ରଣ ହେବ, ଏ ନେଇ ପ୍ରଶାସନ ପକ୍ଷରୁ ତର୍ପରତା ପ୍ରକାଶ ପାଇଛି । । କଲ୍ୟାଣସିଂହପୁର ବିଡିଓଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଫକେରୀ ଗାଁରେ ପହଞ୍ଚି ସ୍ୱାବ୍ ଟେଷ୍ଟିଂ ପାଇଁ ଡଙ୍ଗରିଆଙ୍କୁ ଡାକିଥିଲେ । କିନ୍ତୁ ଭୟରେ ଅଧିକାଂଶ ଡଙ୍ଗରିଆ ଟେଷ୍ଟି ପାଇଁ ଆସିନଥିଲେ । ମାତ୍ର ୧୬ ଜଣଙ୍କର ସ୍ୱାବ୍ ଟେଷ୍ଟିଂ କରିବାରେ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । କଲ୍ୟାଣସିଂହପୁର ବ୍ଳକର ୩୬ଟି ଗାଁରେ ବୈନିକ ବଜାର, ହାଟରେ ଉତ୍ପାଦିତ ଫସଲକୁ ବିକ୍ରି କରି ଡଙ୍ଗରିଆ ଜୀବିକା ନିର୍ବହ କରୁଛନ୍ତି । କରୋନା ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ପକ୍ଷରୁ କଲ୍ୟାଣସିଂହପୁର ବ୍ଳକ୍‌ର ମାଝିଗୁଡ଼ା, କଲ୍ୟାଣସିଂହପୁରକୁ ସାପ୍ତାହିକ ହାଟକୁ ବନ୍ଦ କରିଦିଆଯାଇଛି । ଫଳରେ କଲ୍ୟାଣସିଂପୁର  ଦୈନିକ ବଜାରକୁ ଆସି ଡଙ୍ଗରିଆ ଉତ୍ପାଦିକ ଫସଲକୁ ବିକ୍ରି କରି ଘରକୁ ଫେରୁଛନ୍ତି । ଦୈନିକ ବଜାରରେ କିଣାବିକା କରିବା ସମୟରେ ହିଁ ଡଙ୍ଗରିଆ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ

Leave a Reply