ଆଜି ଏହି ରାଶିର ଲୋକଙ୍କ ପାଇଁ ହେବ ପରିବର୍ତ୍ତନର ଦିନ
1 min readଆଜିର ପଞ୍ଚାଙ୍ଗ
ଆଜି ହେଉଛି ୧୨ ଜୁନ୍ , ୨୦୨୦ ମସିହା ଶୁକ୍ରବାର
୧୯୪୨ଶକାଦ୍ଦ, ୧୪୨୭ ସାଲ
୨୦୭୭ ସମ୍ବତ ବୃଷ ୩୦ଦିନ, ଆଷାଢ ମାସ, କୃଷ୍ଣ ପକ୍ଷ, ସପ୍ତମୀ ତିଥି ।
ଶୁକ୍ରବାର, ଶତଭିଷା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି ।
ଯୋଗିନୀ- ବାୟବ୍ୟେ ଯୋଗିନୀ ଅବସ୍ଥାନ କରୁଥିବାରୁ ଆଜି ବାୟବ୍ୟେ ଯାତ୍ରା ନିଷେଧ
ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶି ପାଇଁ ଘାତଚନ୍ଦ୍ର
ଘାତବାର-ବିଛା, ଧନୁ, ମୀନ ରାଶି ପାଇଁ ଘାତବାର
ଶୁଭ ସମୟ- ଦିବା୧୨-୧୨ ମିନିଟ୍ ଠାରୁ ଦିବା ୩.୩୬ ମିନିଟ୍ ପର୍ଯ୍ୟନ୍ତ ଶୁଭସମୟ
ଅଶୁଭ ସମୟ- ଦିବା ୧୦.୩୦ମିନିଟଟ୍ ଠାରୁ ଦିବା ୧୨ଟା ପର୍ଯ୍ୟନ୍ତ ଅଶୁଭ ସମୟ
ମେଷ
ଅଶ୍ୱିନୀ – ଆଜି ଆପଣଙ୍କୁ ଶୁଭ ଖବର ମିଳିବ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ ।
ଦ୍ୱିଜା- କର୍ମ କ୍ଷେତ୍ରକୁ ନେଇ ଚିନ୍ତା ବଢିବ, ଶରୀର ପ୍ରତି ବିପଦ ଥିବାରୁ ଧ୍ୟାନରେ ଚଳନ୍ତୁ ।
କୃତ୍ତିକା- ମନରେ ଆତ୍ମ ବିଶ୍ୱାସ ରହୁଥିବାରୁ ସମୟ ପୂର୍ବରୁ କାର୍ଯ୍ୟ ସଫଳ ହେବ ।
ଉପାୟ: ଠାକୁର ଘରେ ହନୁମାନଙ୍କ ପାଖରେ କର୍ପୂର ଜଳାନ୍ତୁ ସମସ୍ୟା ଦୂର ହେବ ।
ବୃଷରାଶି
କୃତ୍ତିକା – ଆଜି ଆପଣଙ୍କ ପାଇଁ ଲାଭର ଦିନ, ଅଟକିଥିବା କାର୍ଯ୍ୟ ସଫଳ ହେବ, ଶରୀର ଓ ମନ ସୁସ୍ଥ ରହିବ ।
ରୋହିଣୀ- ଘରୋଇ ହିଂସା ଆପଣଙ୍କୁ ବିଚଳିତ କରିବ । କ୍ଷମାଶୀଳ ହୋଇ ସମୟ କାଟନ୍ତୁ, ସମୟ ଆପଣଙ୍କ ସପକ୍ଷରେ ରହିବ ।
ମୃଗଶିରା- ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାନସିକ ଚାପରୁ ଆଜି ମୁକ୍ତି ମିଳିବ ।
ଉପାୟ: ଭଗବାନ ଶ୍ରୀବିଷ୍ଣୁଙ୍କ ସହସ୍ର ନାମ ଶ୍ରବଣ କରନ୍ତୁ, ସମସ୍ତ ବାଧା ଦୂର ହେବ
ମିଥୁନ ରାଶି
ମୃଗଶିରା- ସମାଜରେ ପ୍ରଷ୍ଠାତି ବଢିବ, ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ।
ଆଦ୍ରା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ । କୈାଣସି କ୍ଷେତ୍ରରେ ଧନ ନିବେଶ କରନ୍ତୁ ନାହିଁ ।
ପୁନର୍ବସୁ- ବନ୍ଧୁଙ୍କ ସହଯ଼ୋଗ ମିଳିବ । ପରିବାରରେ ଆନନ୍ଦ ଉଲ୍ଲାସରେ ସମୟ କଟିବ । କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।
ଉପାୟ: – ଭଗବାନ ଶ୍ରୀକୃଷ୍ଣଙ୍କ ନାମକୁ ୧୦୮ଥର ପାଠ କରନ୍ତୁ , ଓଁ କୃଷ୍ଣାୟ ନମଃ
କର୍କଟ ରାଶି
ପୁନର୍ବସୁ – ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ସମସ୍ୟାର ସମାଧାନ ହେବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
ପୁଷ୍ୟ।- ଲଭ ଲାଇଫକୁ ନେଇ ଖୁସୀ ରହିବେ । ପୁରା ଦିନ ଭଲରେ କଟିବ ।
ଅଶ୍ଳଷା- ନିଜ ଲୋକ ଶତ୍ରୁ ପରି ବ୍ୟବହାର କରିଥାନ୍ତି । ଫଳତଃ ପାରିବାରିକ ପରିସ୍ଥିତିକୁ ନେଇ ଚିନ୍ତା ବଢିବ ।
ଉପାୟ: – ଅସହାୟ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ, ପରିସ୍ଥିତିରେ ସୁଧାର ଆସିବ
ସିଂହରାଶି
ମଘା – ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସରକାରୀ ସ୍ତରରୁ ଶୁଭଖବର ମିଳିବା ସହ କିଛି ସହଯୋଗ ମିଳିବ ।
ପୂର୍ବା ଫାଲଗୁନି- କର୍ମ କ୍ଷେତ୍ରକୁ ନେଇ କିଛି ସମସ୍ୟାର ସମ୍ମୁଖୀନ ହେବେ । ଶରୀର ପ୍ରତି ବିପଦ ଥିବାରୁ ସତର୍କ ରୁହନ୍ତୁ ।
ଉତ୍ତରାଫାଲଗୁନି- ପୁରା ଦିନ ମନରେ ଉତ୍ସାହ ରହିବ, ଲୋକପ୍ରିୟତା ବଢିବ, କର୍ମକ୍ଷେତ୍ରରେ ଶୁଭ ଫଳ ।
କନ୍ୟାରାଶି
ଉତ୍ତରଫାଲଗୁନି – କର୍ମ ଓ ପରିବାରକୁ ନେଇ ଖୁସୀ ରହିବେ । କିଛି ଭଲ ଖବର ମିଳିଛି । ଦିନଟି ଭଲରେ ଭଲରେ କଟିବ ।
ହସ୍ତା- କର୍ମ ଓ ପରିବାରକୁ ନେଇ ଖୁସୀ ରହିବେ । ଖର୍ଚ୍ଚ ବଢିବ, କିନ୍ତୁ ରୋଜଗାର ବଢିବ ନାହିଁ ।
ଚିତ୍ରା- ଆଜି ଆପଣଙ୍କ ପାଇଁ ପରିବର୍ତ୍ତନର ଦିନ । ନିଜ ପ୍ରଫେସନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।
ଉପାୟ: କୁକୁରକୁ ଖାଦ୍ୟ ଦିଅନ୍ତୁ ଶୁଭ ଖବର ମିଳିବ ।
ତୁଳାରାଶି
ଚିତ୍ରା – ମନରେ ଉତ୍ସାହ ରହୁଥିବାରୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଏବଂ ନିଜ ଚେଷ୍ଟାରେ ସଫଳ ହେବେ ।
ସ୍ୱାତୀ- ଆକସ୍ମିକ ବିପଦ ରହୁଥିବାରୁ ସତର୍କ ହୋଇ ଚଳନ୍ତୁ । ଶିଘ୍ର କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଗଚ୍ଛିତ ଅର୍ଥ ଖର୍ଚ୍ଚ ହେବ ।
ବିଶାଖା- ପରିବାର ସହ ଖୁସୀରେ ସମୟ କଟିବ, ଅଧା ଥିବା କାର୍ଯ୍ୟର ସଫଳତା ମିଳିବ ।
ଉପାୟ: – ଗୋସେବା କରନ୍ତୁ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
ବିଛାରାଶି
ବିଶାଖା – ଆଜି ପୂରାଦିନ ଆପଣଙ୍କ ମନ ଭଲ ରହିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ପରିବାରର ସହଯୋଗ ମିଳିବ ।
ଅନୁରାଧା- ଗୁରୁଜନଙ୍କ ଆଶିର୍ବାଦ ମିଳିବ, ଦିନଟି ଭଲରେ କଟିବ । ପରିବାରରେ ଖୁସିର ମାହୋଲ ରହିବ
ଜ୍ୟୋଷ୍ଠା – ପୁରାଦିନ ଅସ୍ଥିରତା ମଧ୍ୟରେ କଟିବ । ଶରୀର ପୀଡା ଏବଂ ଅର୍ଥକୁ ନେଇ ଚିନ୍ତା ବଢିବ ।
ଉପାୟ: – ଭଗବାନ ଗଣେଷଙ୍କୁ ଦୁର୍ବା ଅର୍ପଣ କରନ୍ତୁ ।
ଧନୁରାଶି
ମୂଳା – କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ଶରୀର ସୁସ୍ଥ ରହିବ, କର୍ମ କ୍ଷେତ୍ରରେ ସଫଳତା ମିଳିବ ।
ପୂର୍ବାଷାଢ- ହେବାକୁ ଥିବା କାର୍ଯ୍ୟ ଅଟକିଯିବ, ମନରେ ବ୍ୟସ୍ତତା ବଢିବ, ପରିଶ୍ରମ ଅନୁସାରେ ସଫଳତା ମିଳିବ ନାହିଁ ।
ଉତ୍ତରାଷାଢ- ପୁରାଦିନ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅନେକ ଦିନରୁ ପ୍ରତିକ୍ଷାରେ ଥିବା କାମଟି ସଂପୂର୍ଣ୍ଣ ହେବ ।
ଉପାୟ: -ଡାଲଚିନି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ, ଦିନଟି ଭଲରେ କଟିବ ।
ମକର ରାଶି
ଉତ୍ତରାଷାଢ – ଆଜି ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ, ଗବେଷଣାରତ ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଲାଭ ଦାୟକ ହେବ ।
ଶ୍ରବଣା- ଆକସ୍ମିକ ଭାବରେ କୈାଣସି ସମସ୍ୟା ଆସିପାରେ, ଅସ୍ଥିରତା ବଢିବ, କର୍ମକ୍ଷେତ୍ର ନେଇ ଚିନ୍ତା ବଢିପାରେ ।
ଧନିଷ୍ଠା- ଆଜି ଆର୍ଥକ ସ୍ଥିତିରେ ସୁଧାର ଆସିବ, ଜୀବନସାଥୀଙ୍କ ପ୍ରେମପୂର୍ଣ୍ଣ ବ୍ୟବହାର ଦ୍ଵାରା ମନରେ ପ୍ରଶନ୍ନତା ରହିବ ।
ଉପାୟ: -ରବି ମହାଗ୍ରହଙ୍କ ମନ୍ତ୍ରକୁ ୨୧ଥର ଜପ କରନ୍ତୁ , କର୍ମ ଚିନ୍ତାରୁ ମୁକ୍ତି ମିଳିବ ।
କୁମ୍ଭରାଶି
ଧନିଷ୍ଠା- ନୂଆ ବନ୍ଧୁଙ୍କ ସାକ୍ଷାତ ଦ୍ଵାରା ମନରେ ଖୁସି ଦୁଇ ଗୁଣ ହେବ,ପ୍ର ତ୍ୟକଟି କାର୍ଯ୍ୟରେ ସଫଳତା ମିଳିବ ।
ଶତଭିଷା- ବଡ ବିପଦରୁ ଆଜି ଅଳ୍ପକେ ରକ୍ଷା ପାଇଯିବେ ।
ପୂର୍ବଭାଦ୍ରପଦ- ଧାର୍ମିକ କାର୍ଯ୍ୟରେ ସମୟ କଟିବ, ଆର୍ଥିକ କ୍ଷେତ୍ରରେ ଆଶ୍ୱସ୍ତି ମିଳିବ
ଉପାୟ: – ମିଠା ଦହି ଖାଇ ପାଣି ପିଅନ୍ତୁ, ଖୁସୀ ଖବର ମିଳିବ ।
ମୀନରାଶି
ପୂର୍ବଭାଦ୍ରପଦ- କର୍ମ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆସିବ, ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ।
ଉତ୍ତରଭାଦ୍ରପଦ- ପୂରାଦିନ ଭଲରେ କଟିବ, ଆକସ୍ମିକ ଭାବରେ କିଛି ଖୁସି ଖବର ମିଳିବ ।
ରେବତୀ- ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ, ଲଭ ଲାଇଫ ପାଇଁ ସମୟ ଭଲ ରହୁନଥିବାରୁ ସତର୍କ ହୋଇ ଚଳନ୍ତୁ । ମାନ ସମ୍ମାନ ହାନି ଯୋଗ ରହିଛି ।
ଉପାୟ: -ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ, ମନରେ ଶାନ୍ତି ମିଳିବ