ରାଜଧାନୀରୁ ୧୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁୁ ବାହାରିଛି ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ରାଜ୍ୟ ସହ ରାଧାନୀରେ କରୋନା ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ପୁଣି ଭୁବନେଶ୍ୱରରୁ ୧୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୫ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ରାଜ୍ୟରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂଖ୍ୟା ୨୭୩୫ରେ ପହଞ୍ଚିଛି । ସେଥିମଧ୍ୟରୁ ୧୪୩୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଏବେ ୧୨୮୫ଟି କରୋନା ସକ୍ରିୟ କେସ ରହିଛି । ରାଜଧାନୀରେ ହୁ ହୁ ହୋଇ ବଢ଼ୁଥିବା କରୋନା କାଳରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ହାର  । ଆଜି ରାଜଧାନୀରେ ସୁସ୍ଥ ହୋଇଛନ୍ତି ୯୪ ଜଣ କରୋନା ରୋଗୀ ।

ସେହିଭଳି ଆଜି ୨୨ ଜଣ କରୋନା ସଂକ୍ରମିତ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ଏହା ସହ କଟକରେ ମୋଟ କରୋନା ସଠଖ୍ୟା ୯୦୬କୁ ବୃଦ୍ଧି ହୋଇଛି । ୪୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୭ ଜଣ ଏବେ କଟକରେ ସକ୍ରିୟ ରହିଛନ୍ତି ।

 

ସେପଟେ ରାଜ୍ୟରେ ଆଉ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୧୪ଟି ଓ ଲୋକାଲ୍ କେସ୍ ୫୮୫ଟି ରହିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି  ପାଇଛି ।  ସେହିଭଳି ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୦ ଜଣର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Leave a Reply