ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଲେ ୩୬ ହଜାର ୱାର୍ଡ ମେମ୍ବର ଓ ଜଣେ ଜିଲ୍ଲା ପରିଷଦ

1 min read
126 Sarpanch Won As Uncontested In Odisha Panchayat Poll

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଉଷ୍ମ ରହିଛି ରାଜ୍ୟ ରାଜନୀତି । ଲୋକଙ୍କୁ ନିଜ ସପକ୍ଷରେ ମନାଇବା ଲାଗି ପ୍ରଚାର ଆରମ୍ଭ କରିଛନ୍ତି ପ୍ରାର୍ଥୀ । ଆଉ ରାଜ୍ୟର କିଛି ସ୍ଥାନରେ କେତେକ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ଜୋନ୍-୨ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଜିତିଛନ୍ତି । ରାଜ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ୮୫୩ ଜଣ ନାମାଙ୍କନ କରିଥିବା ବେଳେ ଜଣେ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି ।

126 Sarpanch Won As Uncontested In Odisha Panchayat Poll

ସେହିଭଳି ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୯୧ ହଜାର ୮୯୦ ଜଣ ନାମାଙ୍କନ କରିଥିବା ବେଳେ ୩୬ ହଜାର ୫୨୩ ଜଣ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି । ୬ ହଜାର ୭୯୩ ସରପଞ୍ଚ ପ୍ରାର୍ଥୀ ମଧ୍ୟରୁ ୧୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୬ ହଜାର ୭୯୩ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୩୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି ।

ଢେଙ୍କାନାଳ ଜିଲ୍ଲାର ଢିଙ୍କିଆରେ ଏବେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଢିଙ୍କିଆରେ ସରପଞ୍ଚ ଓ ୨୩ ୱାର୍ଡ ମେମ୍ବର ଲାଗି ୨୦୨୩ ମସିହାରେ ନିର୍ବାଚନ ହେବ ।

Leave a Reply