କାଳିଆର କୋଠଭୋଗ ପାଇଁ ପିପିଲିରୁ ଗଲା ସ୍ବତନ୍ତ୍ର ନଡିଆ

ପୁରୀ: ମହାପ୍ରଭୁଙ୍କ ପାଇଁ ପିପିଲିରୁ ଗଲା ନଡ଼ିଆ  । ପବିତ୍ର କାର୍ତ୍ତିକ ମାସରେ ସ୍ବତନ୍ତ୍ର କୋଠଭୋଗ ପାଇଁ ନଡ଼ିଆ ପଠାଯାଇଛି  । ପୌରାଣିକ କଥାବସ୍ତୁ ଅନୁସାରେ ଶ୍ରୀମନ୍ଦିର ସଂସ୍କୃତି ସହିତ ପିପିଲିର ରହିଛି ନିବିଡ଼ ସମ୍ପର୍କ । ଭକ୍ତ ଦାସିଆଙ୍କ ନଡ଼ିଆ ଗ୍ରହଣ କରିଥିଲେ ମହାପ୍ରଭୁ  ।

୨୦୧୫ରୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ କାର୍ତ୍ତିକ ମାସରେ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ନଡ଼ିଆ ପଠାଇଥାନ୍ତି  । ଗତ ଆଠବର୍ଷ ଧରି ଗତିଃଶ୍ବରଦେବଙ୍କ ପୀଠରୁ ମହାପ୍ରଭୁଙ୍କ କୋଠଭୋଗ ପାଇଁ ନଡ଼ିଆ ପଠାଯାଉଛି । ଗତବର୍ଷ ୮୦୦ କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା  । ଏବର୍ଷ ୧୨୫୦ ନଡ଼ିଆ ସ୍ବତନ୍ତ୍ର ଗାଡ଼ି ଯୋଗେ ପଠାଯାଇଛି । ନାମ ସଂକୀର୍ତ୍ତନ ସହ ନଡ଼ିଆ ବସ୍ତାକୁ ଶ୍ରୀକ୍ଷେତ୍ର ନେଇଛନ୍ତି ଶ୍ରଦ୍ଧାଳୁ  ।

ଏହାକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରାଯାଇଛି  । ଜଗନ୍ନାଥଙ୍କ ସେବାରେ ସାମିଲ ହୋଇ ନିଜକୁ କୃତାର୍ଥ ମଣିଛନ୍ତି ଭକ୍ତ  ।