spot_img

Latest Posts

ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ, ୧୨୨୦ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ । ଦିନକୁ ଦିନ ତଳ ମୁହାଁ ହେଉଛି ସଂକ୍ରମଣର ଗ୍ରାଫ । ସେପଟେ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧ ହଜାର ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୩ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧୭ଟି ମାମଲା ଆସିଛି । ତେବେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୫ ହଜାର ସକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଳକ୍ଷ ୯୧ ହଜାର ୧୩୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୮, ବାଲେଶ୍ୱରରୁ ୨୧, ବରଗଡ଼ରୁ ୬୦, ଭଦ୍ରକୁର ୨୮, ବଲଶଙ୍ଗିରରୁ ୩୩, ବୌଦ୍ଧରୁ ୫, କଟକରୁ ୯୬, ଦେବଗଡ଼ରୁ ୩, ଢ଼ଙ୍କାନାଳରୁ ୨୬, ଗତପତିରୁ ୫, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୫୯, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୨, କଳାହାଣ୍ଡିରୁ ୫୯, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୮, କୋରାପୁଟରୁ ୨୧, ମାଲକାନାଗିରିରୁ ୧୯, ମୟୂରଭଞ୍ଜରୁ ୪୬, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୬୬, ପୁରୀରୁ ୬୦, ରାୟଗଡ଼ାରୁ ୫, ସମ୍ବଲପୁରରୁ ୪୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Latest Posts

Don't Miss