spot_img

Latest Posts

୧୨ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି

୧୨ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ୧୨ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି । ଏହା ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କାହିଁକି ଏତେ ସଂଖ୍ୟକ ପିଲା ପରୀକ୍ଷା ଦେଲେନି, ଏହାର ତର୍ଜମା ହେଉଛି । ଆଗାମୀ ଦିନରେ କେମିତି ସମସ୍ତେ ପରୀକ୍ଷା ଦେବେ, ସେ ନେଇ ପଦକ୍ଷେପ ନିଆଯିବ । ଫର୍ମ ଫିଲଅପ୍ କରନ୍ତି କିନ୍ତୁ ବ୍ୟକ୍ତିଗତ କାରଣରୁ ସେମାନେ ପରୀକ୍ଷା ଦେଇ ପାରନ୍ତି ନାହିଁ । ସ୍ୱଚ୍ଛତାର ସହ ପରୀକ୍ଷା ପାଇଁ କାର୍ଯ୍ୟକ୍ରମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ଯପଟେ ରାଜ୍ୟରେ ପୁଣି ବଢିଲା ଡ୍ରପ୍ ଆଉଟ । ୧୨ ପ୍ରତିଶତରୁ ବଢି ୧୫ ପ୍ରତିଶତ ହେଲା । ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଛି ଏପରି ସାଂଘାତିକ ଚିତ୍ର । ୨୦୨୪-୨୫ ଶିକ୍ଷାବର୍ଷର ତଥ୍ୟ କହୁଛି, ନବମ ଓ ଦଶମ ଶ୍ରେଣୀରେ ସବୁଠୁଁ ଅଧିକ ପିଲା ପାଠପଢା ଛାଡୁଛନ୍ତି । ନବମ ଓ ଦଶମ ଶ୍ରେଣୀରେ ୧୫ ପ୍ରତିଶତ ପିଲା ପାଠ ଛାଡିଛନ୍ତି । ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି ।

ନବମ ଓ ଦଶମ ଶ୍ରେଣୀରେ ୧୨.୫ ପ୍ରତିଶତ ଝିଅ ପାଠ ଛାଡି ଥିବା ବେଳେ ୧୭.୩ ପ୍ରତିଶତ ପୁଅ ପାଠ ଛାଡିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨ ପ୍ରତିଶତ ଡ୍ରପ୍ ଆଉଟ ଥିବା ବେଳେ ଝିଅ ପାଠ ପଢା ଛାଡିବା ପ୍ରତିଶତ ୨.୬ %, ପୁଅମାନଙ୍କ ପାଠ ଛାଡିବା ପ୍ରତିଶତ ୩.୭ ପ୍ରତିଶତ ରହିଛି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭ ପ୍ରତିଶତ ପିଲା ପାଠ ପଢା ଛାଡିଛନ୍ତି । ସେଥିରୁ ୦.୩ ପ୍ରତିଶତ ଝିଅ, ୧.୧ ପ୍ରତିଶତ ପୁଅ ପାଠ ଛାଡିଛନ୍ତି । ୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ ୨୦୨୪-୨୫ରେ ଡ୍ରପ୍ ଆଉଟ ହାର ବଢିଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

Latest Posts

Don't Miss