ଖୁବଶୀଘ୍ର ଓଡ଼ିଶାର ୧୧ରୁ ୧୨ଟି ଖଣି ନିଲାମ ହେବ: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

1 min read
12 Mines To Auction Soon In Odisha Said Centre Coal Minister  

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସାମ୍ବାଦିକ ସମ୍ମିଳନୀରେ ଖଣି ସମ୍ପର୍କରେ ସୂଚନା ଦେଇଛନ୍ତି । ନିଲାମ ହୋଇଥିବା ୩ଟି ଖଣି ଓଏମସି ଓ ଓଏମଇସିକୁ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । କେନ୍ଦ୍ର ଏଥିପାଇଁ ଅନୁମତି ଦେଇ ସାରିଥିବା ସେ କହିଛନ୍ତି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉତ୍ପାଦନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଶା ସରକାର । ଓଡ଼ିଶା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତକରି ଆଲୋଚନା କରିଥିଲେ ।

12 Mines To Auction Soon In Odisha Said Centre Coal Minister  

ଆଜି ରାଜ୍ୟ ଖଣି ମନ୍ତ୍ରୀ ଓ ଅଫିସରଙ୍କ ସହିତ ପ୍ରହ୍ଲାଦ ଜୋଶୀ ଆଲୋଚନା କରିଛନ୍ତି । ନାଲକୋର ୪୧ତମ ଫାଉଣ୍ଡେସନ ଦିବସରେ ଅଂଶଗ୍ରହଣ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୋଶୀ ଓଡ଼ିଶା ଆସିଥିଲେ । ଖୁବଶୀଘ୍ର କିଛି ନୀତିରେ ପରିବର୍ତ୍ତନ ହେବାକୁ ସେ ସୂଚନା ଦେଇଛନ୍ତି ।

ନାଲକୋ ସମ୍ପ୍ରସାରଣ କ୍ଷେତ୍ରରେ ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ୩୦ ହଜାର କୋଟି ଟଙ୍କା ନିବେଶ କରିବ । ନାଲକୋ ଆଲୁମିନା ଉତ୍ପାଦକୁ ବୃଦ୍ଧି କରିବାକୁ ଯାଉଛି । କୋଲ୍ ଇଣ୍ଡିଆ ଓଡ଼ିଶାରେ ବୃହତ ପୁଞ୍ଜିନବେଶ କରିବାକୁ ଯାଉଛି । ଯାହାକି ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବ । ଖୁବଶୀଘ୍ର ଓଡ଼ିଶାର ୧୧ରୁ ୧୨ଟି ଖଣି ନିଲାମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

12 Mines To Auction Soon In Odisha Said Centre Coal Minister  

ଓଡ଼ିଶା ସରକାରଙ୍କ ଓଏମସି, OMECL ସହ ବୁଝାମଣା ହୋଇଛି । ନୀତି ଓ ଆଇନରେ ଫେବ୍ରୁଆରୀ ସୁଦ୍ଧା ପରିବର୍ତ୍ତନ ଆସିବ । ବିଶେଷ ଆଗ୍ରହ ନଥିବା ସଂସ୍ଥାଙ୍କୁ ଖଣି ନିଲାମୀରେ ଭାଗ ନେବାକୁ ଏଣିକି ସୁଯୋଗ ଦିଆଯିବନି । ନାଲକୋର ସମ୍ପ୍ରସାରଣ ହେଉଛି । ୨୦୨୭ ସୁଦ୍ଧା ୩୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ଏହାର ରିଫାଇନାରୀ ଉତ୍ପାଦନ କ୍ଷମତା ୧ ନିୟୁତ ଟନ୍ ହେବ ।

12 Mines To Auction Soon In Odisha Said Centre Coal Minister  

୩ ବର୍ଷ ହେଲା ଖଣିଜ ପଥରର ରୟାଲିଟି ସଂଶୋଧନ ହେଉନି କାହିଁକି ପ୍ରଶ୍ନର ଉତ୍ତରେ ମନ୍ତ୍ରୀ କହିଛନ୍ତି- ଏନେଇ ଏକ କମିଟି ଗଢାଯାଇଛି । ଏକଥା ଦେଖିବୁ, ମାତ୍ର ଅଧିକ ଖଣି ନିଲାମ କଲେ ଅଧିକ ରାଜସ୍ୱ ମିଳିବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା ଦେଇଛନ୍ତି ।

Leave a Reply