୨୦ ବର୍ଷ ଦେଶର ସେବା କରି ଓଡ଼ିଶା ଫେରିଲେ ୧୨ ଯବାନ

ଭୁବନେଶ୍ୱର: ଦେଶମାତୃକାର ସେବାରେ କଟିଥିଲା ଯୁବାବସ୍ଥା । ଏବେ ଅବସର ନେଇ ଫେରିଲେ ଜନ୍ମମାଟିକୁ ଫେରିଲେ ବୀର ଯବାନ । ଦୀର୍ଘ ୨୦ ବର୍ଷ ଧରି ଭାରତୀୟ ସେନାରେ ସେବା କରିବା ପରେ ଘରକୁ ଫେରିଛନ୍ତି ୧୨ ଜଣ ଲଢୁଆ ପୁଅ । ଏମାନେ ସମସ୍ତେ ଗୋଟିଏ ସମୟରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୀର୍ଘ ୨୦ ବର୍ଷ ଦେଶ ପାଇଁ ସେବା କରିବା ପରେ ଗତ ସୋମବାର ସେମାନେ ପରିବାର ଲୋକଙ୍କୁ ଭେଟିବା ଅବସରରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ୨୦ ବର୍ଷ ଦେଶ ପାଇଁ ସେବା କରି ଫେରିବା ପରେ ଅବସରପ୍ରାପ୍ତ ଯବାନ ବଖାଣିଥିଲେ ଚାକିରି ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ । ଭାରତୀୟ ସେନାରୁ ଅବସର ନେଲେ ମଧ୍ୟ ମାଆ ମାଟି ପ୍ରତି ଏବେ ବି ଭଲପାଇବା କମି ନାହିଁ । ଆଗାମୀ ଦିନରେ ଦେଶମାତୃକାର ସେବା କରିବାର ସୁଯୋଗ ମିଳିଲେ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଆଗକୁ ମଧ୍ୟ ଦେଶ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଏହି ଅବସରପ୍ରାପ୍ତ ଯବାନ ।

Leave a Reply