ଅଙ୍ଗନବାଡ଼ି କେନ୍ଦ୍ରରେ ପଶିଗଲା ଶିଆଳ, ପିଲାଙ୍କୁ କାମୁଡ଼ି କଲା ଲହୁଲୁହାଣ

ବାଲେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ପଶିଗଲା ଶିଆଳ । ପିଲାଙ୍କୁ କାମୁଡ଼ି ଲହୁଲୁହାଣ କରିଛି ଜଙ୍ଗଲୀ ଜନ୍ତୁ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ଗାଁର ଶିଆଳ ଆତଙ୍କ ଦେଖାଦେଇଛି । ଅଙ୍ଗନାବାଡ଼ି କେନ୍ଦ୍ରରେ ପଶି ପିଲାଙ୍କୁ ଆକ୍ରମଣ କରିଥିଲା ଶିଆଳ । ଶିଆଳ ଆକ୍ରମଣରେ ୩ ଜଣ ପିଲାଙ୍କ ସହିତ ମୋଟ ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗ୍ରାମବାସୀ ଶିଆଳଟିକୁ କାବୁ କରି ବାନ୍ଧି ରଖିଛନ୍ତି । ପୂର୍ବରୁ ଜଳଦାରେ ମଧ୍ୟ କିଛି ଲୋକଙ୍କୁ ଶିଆଳ ଆକ୍ରଣ କରିଥିଲା ।