ବିଜୟ ଉତ୍ସବ ନାଁରେ ପାକିସ୍ତାନୀଙ୍କ ପାଗଳାମୀ, ରାସ୍ତାରେ କଲେ ଫାଙ୍କା ଗୁଳିଚାଳନା, ୧୨ ଆହତ

Pakistani cricket fans cheer after Pakistan defeated India in the Champions Trophy finals, in Islamabad, Pakistan June 18, 2017. REUTERS/Caren Firouz

କରାଚିଟି-୨୦ ବିଶ୍ଵ କପ୍‌ ଇତିହାସରେ ପାକିସ୍ତାନ ଭାରତ ବିପକ୍ଷରେ ନିଜର ପ୍ରଥମ ବିଜୟ ହାସଲ ପରେ  ଖୁସିରେ ପାଗଳ ହୋଇ ଯାଇଛନ୍ତି ପାକିସ୍ତାନୀ ଫ୍ୟାନ୍ସ । କେବଳ ସେତିକି ନୁହେଁ ବିଜୟ ଉତ୍ସବ ନାଁରେ ରବିବାର ରାତିରେ ଇସଲାମାବାଦ, କରାଚି, ରାୱଲପିଣ୍ଡି ଏବଂ କ୍ୱେଟା ଭଳି ବଡ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଫାଙ୍କା ଗୁଳି ଚାଳନା କରି ବିଜୟ ଉତ୍ସବ ମନାଇଛନ୍ତି। କେବଳ କରାଚି ସହରରେ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଫାଙ୍କା ଗୁଳିଚାଳନାରେ ଅତି କମରେ ୧୨ ଜଣଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି । ସଭିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କରାଚି ପୋଲିସ ଅନୁଯାୟୀ, ରବିବାର ରାତିରେ ଉତ୍ସବ ପାଳନ ବେଳେ ସହରର ଭିନ୍ନ ଭିନ୍ନ ଅଞ୍ଚଳରେ ଆଖିବୁଜା ଗୁଳିଚାଳନା କରାଯାଇଛି । ଏହି ସମୟରେ ଅଜଣା ଲୋକଙ୍କ ଫାୟରିଂରେ ଜଣେ ସବ ଇନ୍ସପେକ୍ଟର ସହିତ ୧୨ ଜଣ ଆହତ ହୋଇଛନ୍ତି । ଲୋକେ ରାସ୍ତା ଉପରେ ଖୁବ୍ ନାଚିବା ସହ ଆତସବାଜି କରିଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟି-୨୦ ବିଶ୍ଵ କପ୍‌ରେ ଦଳର ବିଜୟରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି, ପାକିସ୍ତାନୀ ଦଳକୁ ଅଭିନନ୍ଦନ, ବିଶେଷ କରି ବାବର ଆଜମଙ୍କୁ ଯିଏ ପୂରା ସାହାସର ସହ ଦଳର ନେତୃତ୍ଵ ନେଲେ ଏବଂ ରିଜଓ୍ଵାନ ଓ ଶାହିନ ଶାହ ଆଫ୍ରିଦି ଦମଦାର ପ୍ରଦର୍ଶନ କରି ଦଳକୁ ଜିତାଇଲେ।

Leave a Reply