ଅଣ୍ଡରଗ୍ରାଉଣ୍ଡ ବ୍ରିଜ୍‌ ଦାବି ନେଇ କେସିଙ୍ଗାରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

କଳାହାଣ୍ଡି: ଅଣ୍ଡରଗ୍ରାଉଣ୍ଡ ବ୍ରିଜ୍‌ ପାଇଁ ବନ୍ଦ ପାଳନ । କଳାହାଣ୍ଡି କେସିଙ୍ଗା ସହର ମଧ୍ୟରେ ଥିବା ରେଳ ଫାଟକ ଯୋଗୁଁ ସବୁବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସୀ । ଏପରିକି ଟ୍ରେନ୍‌ ଚଳାଚଳ ସମୟରେ ବହୁ ସମୟ ଧରି ରେଳ ଫାଟକ ବନ୍ଦ ରହୁଥିବା ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଛି । ଏନେଇ ସହରବାସୀ ଦିର୍ଘଦିନରୁ ରେଳଫାଟକ ନିକଟରେ ଅଣ୍ଡର ବ୍ରିଜ୍‌ ପାଇଁ ଦାବି କରିଆସୁଥିଲେ ।

ହେଲେ ଏବେ ପୁଣି ଆଉଏକ ରେଳ ଲାଇନ୍‌ ସଞ୍ଜୋଗୀକରଣ ଘୋଷଣାପରେ ଏହାକୁ ବିରୋଧକରିଛନ୍ତି ଲୋକେ । ଏହାର ପ୍ରତିବାଦରେ ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟବାସୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି କେସିଙ୍ଗା ଓକିଲ ସଂଘ, ଆମ୍ବାଜୀ ମନ୍ଦିର କମିଟି, ଚେମ୍ବରର୍ସ ଅଫ୍‌ କମର୍ସ, ଉତ୍କଳ ପ୍ରାନ୍ତୀୟ ମାରଓ୍ୱାଡ଼ି କମିଟି  ।

ଯେପର୍ଯ୍ୟନ୍ତ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ୍‌ ନିର୍ମାଣ ହେବନାହିଁ ସେପର୍ଯ୍ୟନ୍ତ ତୃତୀୟ ରେଳଲାଇନ୍‌ ସଯୋଗ କରାଇଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସମସ୍ତ ସଙ୍ଗଠନ । ସେପଟେ ବନ୍ଦ ଡାକରା ପରେ ଗତ କାଲି ସମସ୍ତ ସଙ୍ଗଠନ ସହ ଆଲୋଚନା କରିଥିଲେ ସମ୍ବଲପୁର ଡିଆରଏମ୍‌ । ହେଲେ ଏହି  ଆଲୋଚନା ସଫଳ ହୋଇନଥିବାରୁ ଆଜି ବନ୍ଦ ପାଳନ କପରାଯାଉଛି ।

ସେପଟେ ବନ୍ଦ ପାଳନ ବେଳେ ସ୍କୁଲ , କଲେଜ୍‌ ଓ ଗାଡି ଚଳାଚଳ ସ୍ୱାଭାବିକ ରହିଛି । କେବଳ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Leave a Reply