ନାବାଳିକା ଗଣଦୁର୍ଷମ ଓ ହତ୍ୟା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀ ଗ୍ରାମରେ ଘଟିଥିବା ନାବାଳିକା ଗଣଦୁର୍ଷମ ଓ ହତ୍ୟାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଆଜି ଜିଲ୍ଲା କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହାର ପ୍ରଭାବ ଜିଲ୍ଲାର ଉମରକୋଟ,ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଓ ଡାବୁଗାଁ ରେ ମଧ୍ୟ ଦେଖିବାକୂ ମିଳିଛି । ବନ୍ଦ ପ୍ରଭାବରେ ଏସବୁ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି । ଏହା ସହ ଗାଡି ଚଳାଚଳ ମଧ୍ୟ ଠପ୍ ହୋଇଛି। ଗତ ୧୩ ତାରିଖ ରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ୍ ଗୁମଣ୍ଡଳୀ ଗ୍ରାମର ଜଣେ ନାବାଳିକାଙ୍କ କ୍ଷତ ବିକ୍ଷତ ମୃତଦେହ ଏକ ଜମିରୁ ମିଳିଥିଲା ।

ଗଣ ଦୁର୍ଷମ କରିବା ପରେ ନାବାଳିକାଙ୍କୁ ହତ୍ୟା କରାଯାଇଛି । ଘଟଣାକୁ ୧୫ ଦିନ ବିତି ସାରିଥିଲେ ବି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇ ପାରିନି । ଏହାର ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ପୋଲିସ ଯଦି ଅଭିଯୁକ୍ତଙ୍କୁ ଶୀଘ୍ର ନଧରିଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନି ଦେଇଛି କଂଗ୍ରେସ ।

Leave a Reply