ରାସ୍ତା ମରାମତି ଦାବିରେ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ୧୪୩ ନମ୍ବର ଜାତୀୟ ରାଜପଥର ମରାମତି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରହିଛି । ବୀରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ୧୪୩ ନମ୍ବର ଜାତୀୟ ରାଜପଥର ମରାମତି ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ରାଉରକେଲା ସହରର ବେଦବ୍ୟାସ ଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥରେ ବଡ ବଡ ଖାଲ ସୃଷ୍ଟି ହୋଇଥିବା ବେଳେ ଧୁଳି ଯୋଗୁ ଗାଡି ଚଳାଚଳ କରିବାରେ ଅସୁବିଧା ହେଉଛି। ତେଣୁ ଜାତୀୟ ରାଜପଥ ମରାମତି କରିବାକୁ ଦାବି ହୋଇଛି।