ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ପାଳନ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ପାଳନ କରାଯାଉଛି। ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହ ଦୋକାନ ବଜାର ଓ ଯାନବାହାନ ଚଳାଚଳ ଠପ୍‌ ହୋଇପଡିଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସର୍ବାଧିକ ୧୧୦ କିଲୋମିଟର ରେଳପଥ ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣ ହେବ। ୯୮ଟି ରାଜସ୍ୱ ଗାଁରୁ ୨୨ଶହ ୬୮ ଏକର ବେସରକାରୀ କୃଷି ଜମି ଅଧିଗ୍ରହଣ କରାଯିବ। ଏଥିରେ ପ୍ରାୟ ୫ହଜାରରୁ ଅଧିକ ଚାଷୀ ପ୍ରଭାବିତ ହେବେ। ଏବେକାର ଦର ଅନୁସାରେ ଚାଷ ଜମି ପାଇଁ କ୍ଷତିପୂରଣ ଦେବାକୁ ଦାବି ହେଉଛି।

କ୍ଷୟକ୍ଷତି ମାମଲାର ବିଚାର ପାଇଁ ବୌଦ୍ଧରେ କୋର୍ଟ ଅଫ୍‌ ଅଥରିଟିର କ୍ୟାମ୍ପ ପ୍ରତିମାସରେ କରିବା ପାଇଁ ମଧ୍ୟ ଦାବି ହୋଇଛି। ଏନେଇ ଆଜି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ଆଖିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply