ପ୍ରବଳ ବର୍ଷାରେ ବେହାଲ ଗୁଜରାଟ, ଗଲାଣି ୧୨ ଜଣଙ୍କ ଜୀବନ

ଗାନ୍ଧିନଗର: ଗୁଜରାଟରେ ବର୍ଷା ବିତ୍ପାତ । ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ଗଲାଣି ୧୨ ଜଣଙ୍କ  ଜୀବନ । ପ୍ରବଳ ବର୍ଷାରେ ବେହାଲ ହୋଇଛି ଗୁଜରାଟ । ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ, ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର । ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ସଡ଼କ ପାଲଟିଛି ସମୁଦ୍ର ।

ଅହମ୍ମଦାବାଦ, ସୌରାଷ୍ଟ୍ର ଓ ନର୍ଥ ଗୁଜରାଟର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଛି । ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓ୍ବାଟର ଲଗିଂ ଯୋଗୁ ଅନେକ ଗାଡ଼ିମୋଟର ପାଣିରେ ବୁଡ଼ି ରହିଛି । ସେପଟେ ମହାରାଷ୍ଟ୍ରରେ ବି ମୂଷଳଧାରାରେ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଅଧିକାଂଶ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ସାଉଥ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ସତର୍କ କରିଛି । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।