ଆଜି ଭାରତରେ ପହଞ୍ଚିବେ ବିଦେଶୀ ଅତିଥି, ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ବିରଳ ଚିତା
1 min read
ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବେ ବିଦେଶୀ ଅତିଥି । ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ବିରଳ ଚିତା । ଭାରତରୁ ଯାଇଥିବା ସି-୧୭ ପରିବହନ ବିମାନରେ ଭାରତରେ ପହଞ୍ଚିବେ ଅତିଥି । ବିମାନଟି ମଧ୍ୟପ୍ରଦେଶ ଗ୍ୱାଲିୟର ଏୟାରଫୋର୍ସ ବେସରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟରରେ ସେମାନଙ୍କୁ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲା କୁନୋ ପାର୍କକୁ ନିଆଯିବ । ଏହି ୧୨ଟି ଚିତାଙ୍କ ମଧ୍ୟରୁ ୭ଟି ଅଣ୍ଡିରା ଓ ୫ଟି ମାଈ ଥିବା ସୂଚନା ମିଳିଛି । ସେଠାରେ ସେମାନଙ୍କ ଲାଗି ୧୦ଟି କ୍ବାରେଣ୍ଟାଇନ ଏନକ୍ଲୋଜର ପ୍ରତିଷ୍ଠା କରାଯାଇଛି ।
ଗତବର୍ଷ ନାମିବ୍ୟାରୁ ଅଣାଯାଇଥିବା ୮ ବାଘଙ୍କୁ ମଧ୍ୟ କୁନୋ ପାର୍କରେ ରଖାଯାଇଛି । ବାଘମାନେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସ୍ୱାଭାବିକ ଜୀବନ ବିତାଉଛନ୍ତି । ଦକ୍ଷିଣ ଆଫ୍ରିକା, ନାମିବ୍ୟା ଓ ବୋସଓ୍ବାନାରେ ପ୍ରାୟ ୭ ହଜାର ଚିତା ରହିଛନ୍ତି ।