କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ପାଇଁ NTAGIର ସୁପାରିସ
1 min readନୂଆଦିଲ୍ଲୀ: ଦେଶରେ କୋଭିସିଲ୍ଡ ଟିକାର ଅଭାବ ଭିତରେ ଏହି ଟିକାର ଦୁଇ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ପାଇଁ ସୁପାରିସ କରିଛି NTAGI(ରାଷ୍ଟ୍ରୀୟ ପ୍ରଯୁକ୍ତି ପରାମର୍ଶଦାତ୍ତା ଗ୍ରୁପ୍) । ଏହା ସହିତ କରୋନା ପଜିଟିଭ ହୋଇଥିବା ବ୍ୟକ୍ତିଙ୍କୁ ଠିକ୍ ହେବାର ୬ ମାସ ପରେ ଟିକା ଦେବା ପାଇଁ ମଧ୍ୟ NTAGI ପରାମର୍ଶ ଦେଇଛି ।
NTAGI ୧୨ରୁ ୧୬ ସପ୍ତାହ ବ୍ୟବଧାନ ସହିତ ଅନ୍ୟକିଛି ସୁପାରିସ କରିଛନ୍ତି । ଯେମିତି ଗର୍ଭବତୀ ମହିଳାଙ୍କୁ ଟିକା ଚୟନର ସୁବିଧା ଅର୍ଥାତ ସେମାନଙ୍କୁ କୋଭାକ୍ସିନ୍ କିମ୍ବା କୋଭିସିଲ୍ଡ ମଧ୍ୟରୁ ଗୋଟିଏ ବାଛିବା ସୁବିଧା ଦେବା ପାଇଁ ପରାମର୍ଶ ଦେଇଛି । ସେହିଭଳି ପ୍ରସବ ପରେ ମହିଳା ଯେକୌଣସି ସମୟରେ ଟିକା ନେଇ ପାରିବେ । ସଂକ୍ରମିତ ସମ୍ପୂର୍ଣ୍ଣ ଠିକ୍ ହେବାର ୬ ମାସ ପରେ ଟିକା ନେଇପାରିବେ ବୋଲି NTAGI କହିଛି । ୬ ମାସ ଭିତରେ ସେମାନେ ଟିକ ନନିଅନ୍ତୁ ବୋଲି ଏହା ସୁପାରିସ କରିଛି । ପୂର୍ବରୁ ସଂକ୍ରମିତ ଭଲ ହେବାର ୩ ମାସ ପରେ ଟିକା ନେଇ ପାରିବେ ବୋଲି ଡାକ୍ତର କହୁଥିଲେ । ସୂଚନାଯୋଗ୍ୟ ଯେ, ସିଡିସି ୟୁଏସ ନିଜ ଦେଶର ସଂକ୍ରମିତଙ୍କୁ ଭଲ ହେବାର ୯୦ ଦିନ ପରେ ଟିକା ନେବାକୁ କହୁଛି । ଆମେରିକାରେ ଏପର୍ଯ୍ୟନ୍ତ ଏହି ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
କୋଭିସିଲଡର ଦୁଇ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ
NTAGI କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ପାଇଁ ସୁପାରିସ କରିଛି । ଏହା ଅନୁସାରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ଅଧିକ ବ୍ୟବଧାନ ରହିଲେ ମୃତ୍ୟୁହାର କମିବ । ସୂଚନାଯୋଗ୍ୟ ଯେ ,କାନାଡା ଭଳି ଦେଶରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ । ଭାରତରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୪ରୁ ୮ ସପ୍ତାହ ରହିଛି । ତେବେ NTAGI କୋଭାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ କମ କରିବାକୁ କୌଣସି ସୁପାରିସ କରିନାହିଁ ।
କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ବିଳମ୍ବ ହେଲେ ମୃତ୍ୟୁହାର କମିବ
ଏକ ଗବେଷଣା ଅନୁସାରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ହେଲେ ମୃତ୍ୟୁହାର କମିବ । ତେବେ ଏହା ୬୫ ବର୍ଷରୁ କମ ବୟସ୍କଙ୍କ କ୍ଷେତ୍ରରେ ପ୍ରଜୁଜ୍ୟ । ଅବଶ୍ୟ ଏହା ମଧ୍ୟ କୁହାଯାଉଛି ଏହା କେବଳ ଏକ ଅନୁମାନ ମାତ୍ର ।