ଆଜି ଦିନକରେ ୧୧,୮୦୫ କରୋନା ସଂକ୍ରମିତ ଚିହ୍ନଟ, ୨୧ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ପାର୍ । ଦିନକରେ ୧୧ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ଜଣଙ୍କ ଜୀବନ ନେଇଛି କିଲର କରୋନା । ଖୋର୍ଦ୍ଧାରୁ ୪, ଅନୁଗୁଳରୁ ୩, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି । କ୍ବାରେଣ୍ଟାଇନରୁ ୬୬୧୧, ଲୋକାଲ କେସ୍ ୫୧୯୪ । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୦୯, କଟକରୁ ୧୧୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବଢିଚାଲିଛି ଦୈନିକ ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧା , ସୁନ୍ଦରଗଡ ଓ କଟକରୁ ଲଗାତାର ଭାବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ପରେ ରାଜ୍ୟରେ ପୁଣି ସଂକ୍ରମଣ ହାର ଅଧିକ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଅବଧିରେ ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟରେ ଦୈନିକ ଟେଷ୍ଟିଂ ୫୦ହଜାର ଉପରେ ରହିଛି । ଆଗକୁ ଦିନକୁ ୬୦ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହାସହ ବେଡ ସଂଖ୍ୟାରେ ବୃଦ୍ଧି ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାକୁ ସରକାର ଗୁରୁତ୍ବ ଦେଇଛନ୍ତି । ରାଜ୍ୟରେ ମେ ମାସ ଶେଷ ସୁଦ୍ଧା କରୋନା ସଂକ୍ରମଣ ପିକକୁ ଯାଇ ଜୁନ୍ ମାସରେ ଧୀରେ ଧୀରେ କମିବ । ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖି ଲକଡାଉନ ଅବଧିକୁ ମେ ମାସ ଶେଷ ଯାଏ ବଢାଇବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave a Reply