ରାଜ୍ୟରେ ଆଉ ୧୧୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଲା

1 min read

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତି ଦିନ ଶହେ ପରେ ସଂକ୍ରମିତ ବାହାରିବାରେ ଲାଗିଛନ୍ତି । ଗତକାଲି ରାଜ୍ୟରେ ୧୩୬ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ପୁଣି ୧୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସର ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୮ ରେ ପହଞ୍ଚିଛି । ଏହି ୧୧୨ ଟି ପଜିଟିଭରେ ରହିଛି ୧୮ଟି ଜିଲ୍ଲା ଏବଂ NDRF, ଫାୟାର ଅଧିକାରୀ । ୧୧୨ ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୭ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

ଝାରସୁଗୁଡ଼ା ରୁ ୨, ମାଲକାନାଗିରି ୩, କେନ୍ଦୁଝର ୫, ଯାଜପୁର ୩, ଖୋର୍ଦ୍ଧା ୮, ଅନୁଗୋଳ ୬, ଦେବଗଡ଼ ୨, କଟକ ୩, ଗଞ୍ଜାମ ୬, ସୁନ୍ଦରଗଡ଼ ୪, ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ବୌଦ୍ଧରୁ ୩, ଗଜପତି ୫, ସମ୍ବଲପୁର ୫, ବଲାଙ୍ଗିର ୫, ମୟୂରଭଞ୍ଜ ୭, ବାଲେଶ୍ୱର ୫, ନୟାଗଡ଼ରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଢ଼ କଥା ହେଉଛି ପଶ୍ଚିମ ବଙ୍ଗ ଯାଇଥିବା ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଏବଂ ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଶୁକ୍ରବାର ଆଉଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାଫଳରେ ୧୦ ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା । ଗଞ୍ଜାମର ୫୫ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଏବେ ୩୪୯୮ ମୋଟ କରୋନା ସଂକ୍ରମଣ ରହିଛନ୍ତି । ସେଥି ମଧ୍ୟରୁ ୨୩୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୧୩୧ ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply