ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୋଟ ସଂଖ୍ୟା ୧୮୨୮

ଭୁବନେଶ୍ୱର: ରାଜ୍ୟରେ ଶନିବାର ୧୩୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଦ୍ୱିତୀୟ ସର୍ବାରଧିକ କରୋନା ସଂଖ୍ୟା ରହିଛି । ଖୋର୍ଦ୍ଧାରୁ ୧୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ରାଜଧାନୀରୁ କେବଳ ୧୧୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରରେ ଏବେ ୧୮୨୮ ଜଣ ମୋଟ କରୋନା ରୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୮୬୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ୯୫୩ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି । ଆଜି ରାଜଧାନୀରୁ ୨୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ୧୧୧ ଜଣଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୪୯ ଜଣଙ୍କ ଲୋକାଲ କଣ୍ଟାକ୍ଟ ରହିଛି ।

ଜୟଦେବ ବିହାର, ସାଲିଆ ସାହି, ୟୁନିଟ ୧ ଆଖଣ୍ଡଳମଣୀ ବସ୍ତି, ବମିଖାଲ, ପଥରବନ୍ଧ ବସ୍ତି, ଗଙ୍ଗନଗର,ପାଣ୍ଡରା ରସୁଲଗଡ଼, ୟୁନିଟ ୬ ନ୍ୟୁ ଏୟାରପୋର୍ଟ ରୋଡ, ୟୁନିଟ ୪, ଭରତପୁର, ଆଇଆରସି ଭିଲେଜ, ଭୋଇ ନଗର, ପାଣ୍ଡରା ଜିଜିପି କଲୋନୀ, ଫାୟର ଷ୍ଟେସନ ବସ୍ତି, ପାଣ୍ଡରା ରସୁଲଗଡ଼, ୟୁନିଟ ୬, ଚେକଇସିଆଣି, ବାଣିବିହାର, ଖାରବେଳ ନଗର, ସିଗୁଆ, ୟଚନିଟ ୧, ଚନ୍ଦ୍ରଶେଖରପୁର, ପାହାଳ, ପାଇକନଗର, ଘାଟିକିଆ, ସିଆରପି ସ୍କୋୟାର, ଜୟଦୁର୍ଗା ନଗର, ସୁନ୍ଦରପଦା, ଝାରପଡ଼ା, ଜାଗମରା, କଲ୍ପନା, ୟୁନିଟ ୧ ଜିଇଟି ବସ୍ତି, ଭରତପୁର, ବରମୁଣ୍ଡା, ଖଣ୍ଡଗିରି, ଶୈଳଶ୍ରୀ ବିହାର, ବରଗଢ଼ ପ୍ରିଟ କଲୋନୀ, ନ୍ୟୁ ଫରେଷ୍ଟ ପାର୍କ କଲୋନୀ, ମା’ ମଙ୍ଗଳା ବସ୍ତି, ନୟାପଲ୍ଲୀରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ପରି ଆଇଆରସି ଭିଲେଜରୁ୩ ଜଣ, ପୋଲିସ ଏକାଡେମିରୁ ୨, ସେଣ୍ଟ୍ରାଲ ସରକାରୀ ଡାକ୍ତରଖାନାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ କମିଶନରେଟ ପୋଲିର ଜଣେ ଅଧିକାରୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

Leave a Reply