ଉତ୍କଳ ବିଶ୍ଵବିଦ୍ୟାଳୟ ଗଣ୍ଡଗୋଳ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୧୧୦ ଦଫା

ଭୁବନେଶ୍ବର : ଉତ୍କଳ ବିଶ୍ଵବିଦ୍ୟାଳୟ ପିଜି କାଉନ୍ସିଲ ଅଡିଟୋରୀୟମ ଗଣ୍ଡଗୋଳ ଘଟଣା । ଦୁଇ ଅଭିଯୁକ୍ତ ଏବିଭିପିର ଛାତ୍ରନେତା ମାନସ ସାହୁ ଓ ସଞ୍ଜୟ ମଲ୍ଲିକଙ୍କ ବିରୋଧରେ ଲାଗିଲା ଦଫା ୧୧୦  । ସେମାନେ ଦୁଇଜଣ ପେଶାଦାର ଅପରାଧୀ ହୋଇଥିବାରୁ ୧୧୦ଦଫା ଲାଗୁ କରିଛି ପୋଲିସ । ସିଟିଜେନ

ଫୋରମ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଆଲୋଚନା ବେଳେ ଗଣ୍ଡଗୋଳ ହୋଇଥିଲା ।  ଏହି ଧସ୍ତାଧସ୍ତିରେ ଜେଏନୟୁର ଅର୍ଥନୀତି ପ୍ରଫେସର ସୁରଜିତ ମଜୁମଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏହି ଦୁଇ ଛାତ୍ର ନେତା  । ଘଟଣା ଦିନ ରାତିରେ ଦୁଇ ଅଣଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ ।ପୂର୍ବରୁ ଭିସିଙ୍କ ଗାଡି ପୋଡିବା, ରାଗିଂ,କ୍ୟାମ୍ପସରେ ବୋମା ଫିଙ୍ଗିବା ଭଳି କେସ ସେମାନଙ୍କ ନାଁରେ ରହିଛି