ଆଶ୍ଚର୍ଯ୍ୟ! ଫ୍ରିଜ୍ ଭିତରେ ୨୦ ଘଣ୍ଟା ରହି ଜୀବନ ବଞ୍ଚାଇଲା ଶିଶୁ

ଫିଲିପାଇନ୍ସ: କୁହାଯାଏ ‘ରଖେ ହରି ତ ମାରେ କିଏ’ । ଏହି ଘଟଣା ଜାଣିଲେ ଆପଣ କହିବେ ଆମେ ଯାହା କହୁଛୁ ସତ କହୁଛୁ । ଫିଲିପାଇନ୍ସରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସେଠରେ ହୋଇଥିବା ଭୟଙ୍କର ଭୁସ୍ଖଳନରୁ ବର୍ତ୍ତି ଯାଇଛି କୁନି ପିଲାଟି । ଏହି ଭୁସ୍ଖଳନ ହୋଇଛି ଫିଲିପାଇନ୍ସରେ । ୧୧ ବର୍ଷ ବୟସର ଜଣେ ବାଳକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ସେ ଏକ ରେଫ୍ରିଜରେଟରରେ ରହି ନିଜ ବଞ୍ଚାଇଛି । ଜାଣନ୍ତୁ ପୂରା ଘଟଣା ଥିଲା କ’ଣ?

ଗତ ବୁଧବାରରେ ଫିଲିପାଇନ୍ସରେ ଏକ ଭୟଙ୍କର ଭୁସ୍ଖଳନ ହୋଇଥିଲା । ଭୁସ୍ଖଳନରେ ସି ଜେ ଜାସମେ ନାମକ ବାଳକ ନିଜକୁ ରକ୍ଷା କରିବାପାଇଁ ଅନ୍ୟ କୌଣସି ବାଟ ନ ପାଇ ଘରେ ଥିବା ଫ୍ରିଜରେ ନିଜକୁ ବନ୍ଦ କରିଦେଇଥିଲା । ଭୁସ୍ଖଳନ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ କଲାବେଳେ ଫିଜଟିକୁ ପାଇଥିଲେ । ଫ୍ରିଜ ବାହାରକୁ ପିଲାଟିର ଗୋଡ଼ ଦେଖାଯାଉ ଥିବାରୁ ତାକୁ ଉଦ୍ଧାର କରାଯାଇଥିଲା ।

ଆଶ୍ଚର୍ଯ୍ୟର କଥା ହେଉଛି ଯେ, ପିଲାଟି ୨୦ ଘଣ୍ଟା ଯାଏ ଫ୍ରିଜରେ ରହିଥିଲା । ଫ୍ରିଜ ଖୋଲିବା ମାତ୍ରେ ପିଲାଟିର ମୁହଁରୁ ବାହାରିଥିଲା ‘ମୁଁ ଭୋକରେ ଅଛି’ । ପିଲାଟିର ଗୋଡ ଭାଙ୍ଗି ଯାଇଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାର ଗୋଡ଼ ଅପରେସନ ହୋଇଥିବା ଜଣାପଡ଼ିଛି ।

ପିଲାଟି ସିନା ବଞ୍ଚି ଯାଇଛି କିନ୍ତୁ ତାର ଘର ଲୋକ ଏବେ ବି ନିଖୋଜ ଅଛନ୍ତି । ତା’ ମା’ ଏବଂ ସମ୍ପର୍କିୟଙ୍କର ଏବେ ଯାଏ କିଛି ବି ଖୋଜ ଖବର ମିଳିନି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଫିଲିପାଇନ୍ସରେ ବାତ୍ୟା ପରେ ଭୟଙ୍କର ଭୁସ୍ଖଳନ ହୋଇଥିଲା । ଏହି ବାତ୍ୟାରେ ପ୍ରାୟ ୨ଶହ ଲୋକ ଆହତ ହୋଇଛନ୍ତି ଏବଂ ୧୭୨ ଜଣଙ୍କର ମୃତ୍ୟୁ ଘଟିଛି ।  ଏହି ବାତ୍ୟା ପ୍ରାୟ ୨ ମିଲିଅନ ଲୋକଙ୍କୁ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ କରିଛି । ଏବେ ବି ଲୋକେ କାଦୁଅ ଗଦା ଅଳିଆ ଆବଜର୍ନାରେ ଦିନ କାଟୁଛନ୍ତି ।