ଟ୍ରେକିଂରେ ଯାଇଥିଲେ ୧୭ ଜଣ, ମିଳିଲା ୧୧ ଜଣଙ୍କ ମୃତଦେହ

11 Trekkers Dead In Uttarakhand Air Force Rescue Operation Going On

ଉତ୍ତରାକାଶୀ: ଉତ୍ତରାଖଣ୍ଡର ୧୭ ହଜାର ଫୁଟ ଉପରେ ଥିବା ଲମଖାଗାରେ ବାୟୁସେନାର ଅପରେସନ୍ । ମିଳିଲା ୧୧ ଜଣଙ୍କ ମୃତଦେହ । ୧୪ ଅକ୍ଟୋବରରେ ପର୍ଯ୍ୟଟକ, ପୋର୍ଟର୍ସ ଓ ଗାଇଡଙ୍କ ସହ ୧୭ ଜଣ ଟ୍ରେକର୍ସ ବାହାରିଥିଲେ । ପ୍ରବଳ ବରଫ ବର୍ଷା ଓ ଖରାପ ପାଗ କାରଣରୁ ରାସ୍ତା ଭୁଲି ଯାଇଥିଲେ । ଉତ୍ତରାଖଣ୍ଡର ହର୍ଷିଲରୁ ବାହାରିଥିବା ଯାତ୍ରା ହିମାଚଳ ପ୍ରଦେଶର ଛିତକୁଲରେ ସରିଥାନ୍ତା । ଯାତ୍ରା ସରିବା ପୂର୍ବରୁ ଖସିଯାଇଛି ଆୟୁଷ । ଖରାପ ପାଗ ଯୋଗୁଁ ୧୭ ଜଣ ନିଖୋଜ ହୋଇ ଯାଇଥିଲେ ।

ଏୟାରଫୋର୍ସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଗୁରୁବାର ୧୫ ହଜାର ୭ ଶହ ଫୁଟ୍ ଉପରୁ ୪ ଜଣଙ୍କ ମୃତଦେହ ମିଳିଥିଲା । ୧୬ ହଜାର ୮ ଶହ ଫୁଟ ଉପରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ୨୨ ତାରିଖରେ ସେନା ୫ ମୃତଦେହ ସହ ଜଣଙ୍କୁ ଜୀବନ୍ତ ଭାବେ ତଳକୁ ଆଣିଥିଲା । ଆଜି ଅନ୍ୟମାନଙ୍କ ଶବ ମିଳିଛି । ଏଯାବତ୍ ୧୧ ଜଣଙ୍କ ମୃତଦେହ ମିଳିଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏକ ଟ୍ରେକିଂ ଏଜେନ୍ସି ମାଧ୍ୟମରେ ଟିମ୍ ଛିତକୁଲ ବାହାରି ଥିଲା । ଏଥିପାଇଁ ଉତ୍ତରାକାଶୀ ଜିଲ୍ଲାର ବନ ବିଭାଗ ୧୩ରୁ ୨୧ ଅକ୍ଟୋବର ଯାଏ ଇନରଲାଇନ୍ ଟ୍ରେକିଂ ପାଇଁ ଅନୁମତି ମଧ୍ୟ ଦେଇଥିଲା । ତେବେ, ୧୭ରୁ ୧୯ ତାରିଖ ମଧ୍ୟରେ ଖରାପ ପାଗ ଯୋଗୁଁ ସମସ୍ତେ ରାସ୍ତା ଭୁଲି ଯାଇ ନିଖୋଜ ହୋଇ ଯାଇଥିଲେ । ୧୯ ତାରିଖରେ ସମ୍ପର୍କ ବିଚ୍ଛିନ୍ନ ପରେ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା ।

Leave a Reply