ବାଲୁକା କଳାରେ ମହାଦେବଙ୍କ ୧୧ ସ୍ୱରୂପ
ପୁରୀ: ବାଲୁକା କଳା ମାଧ୍ୟମରେ ପବିତ୍ର ଶିବରାତ୍ରୀର ଶୁଭେଚ୍ଛା । ପୁରୀ ବେଳାଭୂମିରେ ନିଜର ନିଆରା ବାଲୁକା କଳା ମାଧ୍ୟମରେ ଏହି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର ଛାତ୍ରଛାତ୍ରୀ ।
ବାଲିରେ ମହାଦେବଙ୍କ ୧୧ଟି ରୂପକୁ ନେଇ କଳାକୃତି ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ । ଏହି କଳାକୃତି ନିର୍ମାଣ ପାଇଁ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ୫ ଘଣ୍ଟାର ସମୟ । ସେପଟେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।