ରାଜ୍ୟରେ ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା କରୋନା
1 min readଭୁବନେଶ୍ୱର: ରାଜ୍ୟରେ ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ମଙ୍ଗଳବାର ମଧ୍ୟ ରାଜ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ବୁଧବାର ୧୧ ଜଣ ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ ମତ୍ୟୁ ବରଣ କରିଥିବା ବେଳେ ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ଦୁଇ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ ଓ ସମ୍ବଲପୁରରୁ ଜଣେ ମୃତ୍ୟୁ ବରଣ କରିଛନ୍ତି ।
2.A 57 year old male of Bhadrak district who was also suffering from Diabetes & Hypertension.
3. A 62 year old male of Bhubaneswar who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 2, 2020
ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୫୭ ବର୍ଷୀୟ ଜଣେ ପୁରୁଷ ରହିଥିବା ବେଳେ ସେ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଭଦ୍ରକରୁ ମଦ୍ୟ ୫୭ ବର୍ଷୀୟ ଜଣେ ପୁରୁଷଙ୍କ ଜୀବନ ଯାଇଛି । ସେ ମଧ୍ୟ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରରୁ ଜଣେ ୬୨ ବର୍ଷୀୟ ପରୁଷ ମତ୍ୟୁ ବରଣ କରିଥିବା ବେଳେ ସେ ମଧ୍ୟ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଭୁବନେଶ୍ୱରରୁ ଜଣେ ୫୭ ବର୍ଷୀୟ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିବା ସହ ହାଇପୋଥାଇରଡିଜିମ୍ ରୋଗରେ ପୀଡ଼ିତ ଥିଲେ ।
8.A 90 year old male of Jagatsingpur district who was also suffering from Hypertension.
9.A 52 year old male of Puri district who was also suffering from Hypertension.
10.A 64 year old male of Rayagada district who was also suffering from Hypertension, Anemia.
— H & FW Dept Odisha (@HFWOdisha) September 2, 2020
ସେହିଭଳି ଗଞ୍ଜାମରୁ ଜଣେ ୬୩ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ୩୫ ବର୍ଷୀୟ ପରୁଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଗଞ୍ଜାମରୁ ଆଉ ଜଣେ ୫୬ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ ।
ଜଗତସିଂହପୁରରୁ ଜଣେ ୯୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହହୋଛି । ସେ ମଧ୍ୟ ପୂର୍ବରୁ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ । ପୁରୀରୁ ମଧ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ପୂର୍ବରୁ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ ।
11.A 58 year old female of Sambalpur district.
— H & FW Dept Odisha (@HFWOdisha) September 2, 2020
ରାୟଗଡ଼ାରୁ ମଧ୍ୟ ଜଣେ ୬୪ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ହାଇପରଟେନ୍ସନ୍ ଓ ଆନେମିଆ ରୋଗରେ ପୀଡ଼ିତ ଥିଲେ । ସେହିଭଳି ସମ୍ବଲପୁରରୁ ଜଣେ ୫୮ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଛନ୍ତି ।