ରାଜ୍ୟରେ ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା କରୋନା
2 min readଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ରାଜ୍ୟରେ ୩୦୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଏବେ ୫୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ୧୧ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଥିବା ବେଳେ କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
2.A 60 year old male of Ganjam district who was also suffering from uncontrolled diabetes.
3. A 35 year old male of Jagatsinghpur district who was also suffering from Chronic Kidney Disease.
— H & FW Dept Odisha (@HFWOdisha) September 1, 2020
କଟକର ଜଣେ ୭୪ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ଡାଇବେଟିସ୍ ଓ ହାଇପର ଟେନ୍ସନ୍ରେ ଆକ୍ରାନ୍ତ ଥିଲେ । ସେହିଭଳି ଗଞ୍ଜାମରୁ ଜଣେ ୬୦ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ସେ ଭିଷଣ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ଜଗତସିଂହପୁର ଜିଲ୍ଲାର ଜଣେ ୩୫ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ଯିଏ କି କ୍ରୋନିକ୍ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାର ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ।
ଆଉ ଜଣେ ଖୋର୍ଦ୍ଧାର ୫୫ ବର୍ଷୀୟ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଯିଏ କି ଡାଇବେଟିସ୍ ଓ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପୁଲମୋନାରୀ ଡିଜିଜ୍ରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧାରୁ ୭୩ ବର୍ଷୀୟ ଜଣେ ପରୁଷ ମୃତ୍ୟୁ ବରଣ କରିଥିଲେ । ସେ ମଧ୍ୟ ଡାଇବେଟିସ୍ ଓ ହାଇପର୍ଟେନ୍ସନ୍ରେ ପୀଡ଼ିତ ଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ମଧ୍ୟ ଜଣେ ୮୦ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଥିଲେ । ମୟୁରଭଞ୍ଜରୁ ଜଣେ ୬୦ ବର୍ଷୀୟ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ।
6. A 73 year old male of Khordha who was also suffering from Diabetes & Hypertension.
7. An 80 year old male of Mayurbhanj district.
8. A 60 year old female of Mayurbhanj district who was also suffering from Hypertension, Cerebrovascular Accident, Left hemiplegia.
— H & FW Dept Odisha (@HFWOdisha) September 1, 2020
9. A 40 year old male of Puri district who was also suffering from Diabetes, Hypertension & morbid obesity.
10. A 85 year old male of Puri district.
11. A 45 year old male of Rayagada district who was also suffering from Diabetes, Hypertension.
— H & FW Dept Odisha (@HFWOdisha) September 1, 2020
ପୁରୀରୁ ଜଣେ ୪୦ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ୍ ହାଇପରଟେନ୍ସନ୍ରେ ପୀଡ଼ିତ ଥିଲେ । ସେହି ପୁରୀ ଜିଲ୍ଲାରୁ ଆଉ ଜଣେ ୮୫ ବର୍ଷୀୟ ପରୁଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ରାୟଗଡ଼ା ଜିଲ୍ଲାରରୁ ଜଣେ ୪୫ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ସେ ଡାଇବେଟିସ୍ ଓ ହାଇପର୍ଟେନ୍ସନ୍ରେ ଆକ୍ରାନ୍ତ ଥିଲେ ।