ଇଟାଲୀରେ ଜାହାଜ ବୁଡି ୧୧ ପ୍ରବାସୀ ମୃତ, ୬୪ରୁ ଊର୍ଦ୍ଧ୍ବ ନିଖୋଜ

ରୋମ: ଇଟାଲୀର ଦକ୍ଷିଣ ତଟରେ ଜାହାଜ ବୁଡି ୬୪ ଜଣ ନିଖୋଜ ହୋଇଯାଇଛନ୍ତି । ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ କେଲବ୍ରିଆନ ସହରକୁ ଅଣାଯାଇଛି । ସେହିପରି ଆଉ ଏକ ଅଘଟଣରେ ୧୧ ଜଣଙ୍କ ଶବ ମିଳିଛି  । ଇଟାଲୀର ଲାମ୍ପେଡୁସା ଦ୍ବୀପ ନିକଟରେ ଏହି ଦୁର୍ଘଟଣା ଘଟିଛି  ।

କେଲାବ୍ରିଆ ଠୁ ୨୦୦ କିଲୋମିଟର ଦୂରରେ ପ୍ରଥମ ଦୁର୍ଘଟଣା ଘଟିଥିଲା  । ଆଠ ଦିନ ପୂର୍ବରୁ ତୁର୍କୀରୁ ଯାତ୍ରା ଆରମ୍ଭ କରିଥିବା ଏକ ଡଙ୍ଗାରେ ନିଆଁ ଲାଗିବାରୁ ଏହା ଓଲଟି ଯାଇଥିଲା  । ଡଙ୍ଗା ତଳୁ ସନ୍ଦିଗ୍ଧ ପ୍ରବାସୀଙ୍କ ମୃତଦେହ ମିଳିଛି  । ମୃତକ ମାନେ ଇରାନ, ସିରିଆ ଓ ଇରାକର ହୋଇଥିବା ଜଣାପଡିଛି  ।

ଇଟାଲୀ ନୌସେନା ଉଦ୍ଧାରକାର୍ଯ୍ୟ ପାଇଁ ଦୁଇଟି ଜାହାଜକୁ ଘଟଣାସ୍ଥଳକୁ ପଠାଇଛି  ।