ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ସଦସ୍ୟ: ୧୨ଟାରେ ଶ୍ରୀମନ୍ଦିର ପ୍ରବେଶ, ଗୋଟାଏ ୨୮ରୁ ଶୁଭ ମୁହୂର୍ତ୍ତ

ପୁରୀ: ସରିଲା ରତ୍ନଭଣ୍ଡାର ତଦାରଖ କମିଟି ବୈଠକ । ବୈଠକ ପରେ ସବିଶେଷ ସୂଚନା ଦେଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନଥ ରଥ । କହିଲେ, ଭଣ୍ଡାର ଭିତରକୁ ଯିବେ ୧୧ ସଦସ୍ୟ । ୧୨ରେ ଶ୍ରୀମନ୍ଦିର ପ୍ରବେଶ ଓ ଗୋଟାଏ ୨୮ରୁ ଶୁଭ ମୁହୂର୍ତ୍ତ ଆରମ୍ଭ ।
ବୈଠକ ପରେ ତଦାରଖ କମିଟି ଅଧ୍ୟକ୍ଷ ରଥ କହିଛନ୍ତି, ଅପରାହ୍ନ ଗୋଟାଏ ୨୮ରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଛି । ଏହା ପୂର୍ବରୁ ଦିନ ୧୨ଟାରେ କମିଟି ସଦସ୍ୟ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ମୋଟ ୧୧ ଜଣ ସଦସ୍ୟ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ । ଜଷ୍ଟିସ ରଥଙ୍କ ସମେତ ଡକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ । ଅନ୍ୟ କମିଟିର ୯ ଜଣ ସଦସ୍ୟ ଭଣ୍ଡାର ଭିତରକୁ ପ୍ରବେଶ କରିବେ । ଏହି ୯ ସଦସ୍ୟ ବାହାର ଭଣ୍ଡାରକୁ କେବଳ ପ୍ରବେଶ କରିପାରିବେ । ଜଷ୍ଟିସ ରଥ ଏବଂ ଡକ୍ତର ମହାନ୍ତି କେବଳ ଭିତର ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ ।