ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍, ୧୧ ମୃତ ୨୫ ଗୁରୁତର

1 min read

ପୁଞ୍ଚ: ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବରେରୀ ନହ୍ଲା ନିକଟରେ ଏକ ଯାତ୍ରୀବାହୀ ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୧୧ଜଣ ପ୍ରାଣ ହରାଇଛନ୍ତି । ବସରେ ଥିବା ଅନ୍ୟ ୨୫ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଣ୍ଡିରୁ ସୌଜିଆନ ଯାଉଥିବା ବେଳେ ବସଟି ଏକ ଘାଟିରୁ ଖସି ପଡ଼ିଥିଲା ।

ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରେ ପୋଲିସ ଓ ଆର୍ମି ଯବାନ ସାମିଲ ହୋଇଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଏହାସହ ଆହତମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।