ସତର୍କ ହୋଇ ରୁହନ୍ତୁ, ବିଶ୍ୱସ୍ତ ବନ୍ଧୁ ବିଶ୍ୱାସରେ ବିଷ ଦେଇପାରନ୍ତି

1 min read

ଆଜିର ପଞ୍ଚାଙ୍ଗ:

୧୧ ,ଜାନୁଆରୀ, ୨୦୨୧, ସୋମବାର । ୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ଧନୁ ୨୮ ଦିନ, ପୌଷ ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି । ଦିନ ୯ଟା ୧୨ ପର୍ଯ୍ୟନ୍ତ ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ରହିବେ । ଏହା ପରେ ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି । ଯୋଗିନୀ ଦକ୍ଷିଣରେ ରହିବେ ଦିବା ୨ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଦିନ ୨ଟା ୩୫ ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ତୁଳା,କୁମ୍ଭ ରାଶି ପୁରୁଷ ଏବଂ ବୃଷ, ମିଥୁନ , ସିଂହ,ବିଛା ରାଶି ମହିଳାଙ୍କ ପାଇଁ ଘାତଚନ୍ଦ୍ର

ମିଥୁନ ରାଶି ପାଇଁ ଘାତବାର ।

– ଶୁଭ ସମୟ –

ଦିନ ୯ଟା ୦୫ ମିନିଟ୍ ଠାରୁ ଦିନ ୧୦ଟା ୩୭ ମିନିଟ୍

ଦିନ ୧ଟା ୧୫ ମିନିଟ୍ ଠାରୁ ଦିନ ୨ଟା ୪୮ ମିନିଟ୍ ପର୍ଯ୍ୟନ୍ତ

– ଅଶୁଭ ସମୟ –

ସକାଳ ୭ଟା ୩୦ ମିନିଟ୍ ଠାରୁ ଦିନ ୯ଟା ପର୍ଯ୍ୟନ୍ତ

ଆଜି ବାଇଗଣ , ବିରି ଖାଦ୍ୟ ଖାଇବା ନିଷେଧ ଅଟେ

ମେଷ ରାଶି

ଅଶ୍ୱନୀ ନକ୍ଷତ୍ର – ଆଳସ୍ୟ,ଅବହେଳା ଯୋଗୁ ସୁଯୋଗ ହାତଛଡା ହୋଇପାରେ ।

ଦ୍ୱିଜା ନକ୍ଷତ୍ର – ଦିନଟି ଶୁଭ ପ୍ରଦ ରହିବ, ଶୁଭ ସୂଚନା ମିଳିପାରେ,କର୍ମକ୍ଷେତ୍ରରେ ଆଶାଜନକ ଫଳ ପାଇବେ ।

କୃତ୍ତିକା ନକ୍ଷତ୍ର – ଅପ୍ରିୟ ସତକଥା କହି ସମସ୍ତଙ୍କ ପାଖରେ ଅପ୍ରିୟ ହୋଇପାରନ୍ତି, କଥା ହେବା ସମୟରେ ଭାବିଚିନ୍ତି କଥା ହୁଅନ୍ତୁ ।

ଉପାୟ- ମହୁ ସହିତ ଗୋଲମରିଚ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ନିଜ ଭୁଲ୍‌ ପାଇଁ ପରିବାରରେ ମନାନ୍ତର ଦେଖା ଦେଇପାରେ ।

ରୋହିଣୀ ନକ୍ଷତ୍ର – ବିଶ୍ୱସ୍ତ ବନ୍ଧୁ ବିଶ୍ୱାସଘାତ କାମ କରିପାରନ୍ତି, ସତର୍କ ହୋଇ ରୁହନ୍ତୁ ।

ମୃଗଶିରା ନକ୍ଷତ୍ର – ପାରିବାରିକ କଲଙ ଦୁର ହେବ, ନିଜର ଭୁଲ୍‌ ବୁଝି ପାରିବେ, ଦିନଟି ଭଲରେ କଟିବ ।

ଉପାୟ- ଜୀବନସାଥୀକୁ ମିଠା ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ପ୍ରତୀକ୍ଷାରେ ଥିବା ଖବର ପାଇ ଖୁସି ହେବେ, ଆଶା ସଫଳ ହେବ ।

ଆର୍ଦ୍ରା ନକ୍ଷତ୍ର – କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ, ବିପଦ ରହିଛି, ନିଜ ଲୋକ ଶତ୍ରୁ ହୋଇ ପାରନ୍ତି ।

ପୁନର୍ବସୁ ନକ୍ଷତ୍ର – ଦୀର୍ଘ ଦିନରୁ ଅଟକି ରହିଥିବା କାମ ତ୍ୱରାନ୍ୱିତ ହେବ, ବନ୍ଧୁଙ୍କର ସହଯୋଗ ପାଇବେ ।

ଉପାୟ- ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ ।

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଦିନଟି ଭଲରେ କଟିବ, ସ୍ବାସ୍ଥ୍ୟ ମନ ଭଲ ରହିବ, ସାହାଯ୍ୟ ସହଯୋଗ ରହିବ ।

ପୁଷ୍ୟା ନକ୍ଷତ୍ର – ଶତ୍ରୁ ଦୁରେଇ ଯିବେ, ବିବାଦୀୟ କାରା୍ଯ୍ୟରେ ବିଜୟୀ ହେବେ, ପରିବାର ସହିତ ସମୟ କାଟିବେ ।

ଅଶ୍ଳେଷା ନକ୍ଷତ୍ର – ପରିଶ୍ରମ ସାର୍ଥକ ହେବ, ଖୁସି ଖବର ପାଇବେ, ପୁରା ଦିନ ମନ ଉତ୍ସାହପୂର୍ଣ୍ଣ ରହିବ ।

ଉପାୟ- କିନ୍ନରମାନଙ୍କୁ ସୁହାଗ ସାମଗ୍ରୀ ଉପହାର ଦିଅନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର- ବିଶ୍ୱସ୍ତ ବ୍ୟକ୍ତିଙ୍କ ଖରାପ ବ୍ୟବହାର ମନରେ ଆଘାତ ଦେଇପାରେ ।

ପୂର୍ବା ଫାଲଗୁନୀ- ଅନ୍ୟକୁ ସନ୍ଦେହ କରି ଅନୁତପ୍ତ ହୋଇପାରନ୍ତି, ଖର୍ଚ୍ଚ ବଢିବ, ଅନ୍ୟକୁ ଭୁଲ୍‌ ବୁଝିପାରନ୍ତି ।

ଉତ୍ତରା ଫାଲଗୁନୀ-ନିଜର ଭାବନାକୁ ଆଜି ଗୁପ୍ତ ରଖନ୍ତୁ, କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଆସିପାରେ ।

ଉପାୟ- ମହାଦେବ ମନ୍ଦିରରେ କ୍ଷୀର ,ଅରୁଆ ଚାଉଳ ଦାନ କରନ୍ତୁ ।

କନ୍ୟା ରାଶି

ଉତ୍ତରା ଫାଲୁଗୁନୀ- ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ପରିବାର ମଧ୍ୟରେ କିଛି କଥାକୁ ନେଇ ଚିନ୍ତା ବଢିବ ।

ହସ୍ତା- ପୁରୁଣା କଥାକୁ ମନେ ପକାଇ ମନ ଭାରାକ୍ରାନ୍ତ ରହିବ, ଗୁପ୍ତ ଶତ୍ରୁ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି ।

ଚିତ୍ରା – ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ, ଦିନଟି ଭଲରେ କଟିବ ।

ଉପାୟ- ଗୋ-ମାତାଙ୍କୁ ଫଳ ଖାଇବାକୁ ଦିଅନ୍ତୁ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର- ପୁରା ଦିନ ଆପଣଙ୍କର ସପକ୍ଷରେ ରହିବ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ, ସଫଳତାର ପଥରେ ଅଗ୍ରସର ହେବେ ।

ସ୍ୱାତୀ ନକ୍ଷତ୍ର- ପାରିବାରିକ ଶାନ୍ତି ଅନୁଭବ କରିବେ, ନୂଆ କଥା କିଛି ଶିଖିବାକୁ ମିଳିବ ।

ବିଶାଖା  ନକ୍ଷତ୍ର- ସ୍ୱାଭିମାନର ସହିତ ଜୀବନନିର୍ବାହ କରିବେ, ମାନସମ୍ମାନ ବଢିବ, ଆଶା ସଫଳ ହେବ ।

ଉପାୟ- ଗରିବ ବ୍ୟକ୍ତିକୁ ନିଜ ସକ୍ଷମ ଅନୁସାରେ କିଛି ଦାନ କରନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର– ଦିନଟି ସାମାନ୍ୟ ରହିବ, ଖର୍ଚ୍ଚ ବଢିବ, କିଛି କାମ ଅଧାରେ ଅଟକିଯିବ ।

ଅନୁରାଧା ନକ୍ଷତ୍ର- ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ, ପରିବାର ପାଇଁ ଖର୍ଚ୍ଚ ବଢିବ, ଦିନଟି ସାମାନ୍ୟ ରହିବ ।

ଜ୍ୟେଷ୍ଠା ନକ୍ଷତ୍ର – କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ କିଛି ଯୋଜନା କରିପାରନ୍ତି ।

ଉପାୟ- ମହାଦେବଙ୍କ ପାଖରେ ୨୧ଟି ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ ।

ଧନୁ ରାଶି 

ମୂଳା ନକ୍ଷତ୍ର – ଅପେକ୍ଷାରେ ଥିବା କାମକୁ ନେଇ ଶୁଭ ସୂଚନା ପାଇବେ, ଯାହାକୁ ନେଇ ପୂରା ଦିନ ଆଶ୍ୱସ୍ତି ଅନୁଭବ କରିବେ ।

ପୂର୍ବାଷାଢା ନକ୍ଷତ୍ର – ନିସ୍ୱାର୍ଥପର ଭାବନା ନେଇ କାମ କରିବା ଦ୍ୱାରା ପ୍ରଶଂସା ମିଳିବ, ଶରୀର ଓ ମନ ସୁସ୍ଥ ରହିବ ।

ଉତ୍ତରାଷାଢା ନକ୍ଷତ୍ର- ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍ ହେବେ, ପରିଶ୍ରମ ସାର୍ଥକ ହେବ ।

ଉପାୟ- ତୁଳସୀ ଚଉରା ମୂଳରେ କ୍ଷୀର ଅର୍ପଣ କରନ୍ତୁ ।

ମକର ରାଶି 

ଉତ୍ତରାଷାଢା ନକ୍ଷତ୍ର- ଛୋଟକଥାକୁ ନେଇ ପରିବାରରେ କଳହ ଦେଖାଦେଇପାରେ, ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ ।

ଶ୍ରବଣା ନକ୍ଷତ୍ର – ଗୁପ୍ତ ଶତ୍ରୁ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି, ବିଶ୍ୱସ୍ତ ଲୋକ ବିଶ୍ୱାସଘାତକତା କାମ କରିପାରନ୍ତି ।

ଧନିଷ୍ଠା ନକ୍ଷତ୍ର – ଦିନଟି ଭଲରେ କଟିବ, ମନୋବଳ ବଢିବ, ଆଶା ଅଭିଳାଷ ପୂରଣ ହେବ ।

ଉପାୟ- ଭଗବାନ ଶ୍ରୀହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଭବିଷ୍ୟତ ଜୀବନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି ।

ଶତଭିଷା ନକ୍ଷତ୍ର – ପ୍ରତିଟି ଦିଗରୁ ସଫଳତା ପାଇବେ, ପୁରା ଦିନ ହସଖୁସିରେ କଟାଇବେ ।

ପୂର୍ବଭାଦ୍ର ନକ୍ଷତ୍ର – ଇଚ୍ଛା ଅନୁଯାୟୀ କାମ କରି ସଫଳ ହେବେ, ଧର୍ମ ପ୍ରତି ଆଗ୍ରହ ବଢିବ ।

ଉପାୟ- ବୁଲା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

ମୀନ ରାଶି 

ପୂର୍ବଭାଦ୍ର ନକ୍ଷତ୍ର – ଅନେକ ଦିନରୁ ଅପେକ୍ଷାରେ ଥିବା ଖବର ପାଇ ଖୁସି ଅନୁଭବ କରିବେ, ମାନସମ୍ମାନ ବଢିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଦିନଟି ସପକ୍ଷରେ ଯିବ, ନିଜ ଯୋଗ୍ୟତା ଓ ଉଦ୍ୟମରେ କାର୍ଯ୍ୟ ସଫଳ ହେବ ।

ରେବତୀ ନକ୍ଷତ୍ର – ପାରିବାରିକ ବୁଝାମଣା ଭଲ ରହିବ, ଆର୍ଥିକସ୍ଥିତିରେ ଉନ୍ନତି ଆସିବ ।

ଉପାୟ- ମା’ତାରିଣୀଙ୍କ ପାଖରେ ନଡିଆ ଭୋଗ କରନ୍ତୁ ।

ମହାଉପାୟ

ଟୋକେଇରେ ରହି ଯମୁନା ନଦୀ ପାର ହେଉଥିବା ଫଟୋଚିତ୍ର ଶୋଇବା ଘରର ଐଶାନ୍ୟ କୋଣରେ ରଖିଲେ ଦୂର ହୁଏ ସମସ୍ତ ଦୁଃଖ,ଦୁଃଶ୍ଚିନ୍ତା । ଲଡୁ ଗୋପାଳ ଫଟୋ ଚିତ୍ରକୁ ଉତ୍ତର ଦିଗରେ ରଖିଲେ ଧନ,ସଂପତ୍ତି ବୃଦ୍ଧି ହୁଏ । ଲହୁଣୀ ଚୋରି କରୁଥିବା ଫଟୋକୁ ରୋଷେଇ ଘରେ ଅଗ୍ନିକୋଣ ଅଥବା ଦକ୍ଷିଣ ଦିଗରେ ରଖିଲେ ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରୁହେ । ଖାଇବାର ଅଭାବ ରୁହେ ନାହିଁ । ସମସ୍ତଙ୍କର କଲ୍ୟାଣ ହୁଏ ସୁଦାମା, ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ର ଅତିଥି କକ୍ଷରେ ବା ଡ୍ରଇଁ ରୁମ୍‌ରେ ରଖିଲେ

ଆକ୍ସମିକ ଦୁର୍ଘଟଣା ଭୟ, ଦୁଃଖ,ସଙ୍କଟ ଦୁର ହୁଏ । ଶ୍ରୀରାଧାକୃଷ୍ଣଙ୍କର ଯୁଗଳ ଫଟୋ ଶୋଇବା ଘରେ ରଖିଲେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଅତି ଭଲ ରୁହେ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

 

 

Leave a Reply