spot_img

Latest Posts

କୋରାପୁଟ ମାଲକାନଗିରିରେ ମାତିଛି ଅଜଣା ରୋଗ, ସପ୍ତାହରେ ନେଲାଣି ୧୧ ମୁଣ୍ଡ

ଜୟପୁର: ଅଜଣା ରୋଗରେ  ୩ ଜଣଙ୍କ ମୃତ୍ୟୁ । ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ । କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ରୋଗର କାରଣ ଏଯାଏ ଜଣାପଡ଼ିନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛନ୍ତି ।

୧୫ରୁ  ୨୦ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି। ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣକୁ ପ୍ରଥମେ ରାମଗିରି ଏବଂ ପରେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରୋଗୀର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଅଣାୟତ୍ତ ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା।

କାଲି ୭ ଜଣିଆ ଡ଼ାକ୍ତରୀଦଳ ଗାଁକୁ ଯିବେ । ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ଅଧିରାଜ ସାହୁ କହିଛନ୍ତି । ଗତବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି । ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଛନ୍ତି ଲୋକ ।

୪୫ ଘର ବିଶିଷ୍ଟ ୧୯୪ ଜନସଂଖ୍ୟା ରହିଥିବା ଗ୍ରାମରେ ଦୁଇ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳାଇ ଦେଇଛି। ତେବେ ଶିକ୍ଷା ଏବଂ ସଚେତନତାର ଅଭାବ ସାଙ୍ଗକୁ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ଉପରେ ନିର୍ଭର କରୁଥିବା ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ସହ ରୋଗର ମୂଳ କାରଣ ଖୋଜି ବାହାର କରିବା ଏବଂ ଏଦିଗରେ ଲୋକଙ୍କୁ ସଚେତନ କରିବା ନିହାତି ଜରୁରୀ ହୋଇପଡିଛି ।

ସେପଟେ ମାଲକାନିଗିର ମାଥିଲି ହଳଦିକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ  । ସପ୍ତାହରେ ଗଲାଣି ୧୧ ଜୀବନ । ହାତଗୋଡ ଫୁଲିବା ସହ ଜ୍ବରରେ ହଠାତ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏପଟେ ଲୋକେ କିନ୍ତୁ ଗୁଣିଆ କିମ୍ବା କ୍ବାକର ଆଶ୍ରୟ ନେଉଛନ୍ତି । କ୍ବାକଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି। ଶୁକ୍ରବାର ସଂପୃକ୍ତ କ୍ବାକକୁ ଗିରଫ କରି ମାଥିଲି ପୋଲିସ ତରଫରୁ କୋର୍ଟ ଚାଲାଣ କରାଯାଇଛି।

Latest Posts

Don't Miss