ଆଗ୍ନେୟଗିରି ଉଦଗୀରଣରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ, ଏବେବି ୧୨ ନିଖୋଜ

ଜାକର୍ତ୍ତା: ଇଣ୍ଡୋନେସିଆର ମାଉଣ୍ଟ ମରାପୀରେ ଆଗ୍ନେୟଗିରି ଉଦଗୀରଣ । ବିସ୍ଫୋରଣ ପରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ ଘଟିଛି  । ସୁମାତ୍ରାର ଅଗମ ପ୍ରାନ୍ତରେ ମାଉଣ୍ଟ ମରାପୀରେ ଅଚାନକ ବିସ୍ଫୋରଣ ପରେ ଆକାଶରେ ୩୦୦୦ ମିଟର ପର୍ଯ୍ୟନ୍ତ ଲାଭା ବିଛାଡି ହୋଇ ପଡିଥିଲା  । ଏହି ସମୟରେ ପ୍ରାୟ ୭୫ ଜଣ ପର୍ବତାରୋହୀ ୨୯୦୦ ମିଟର ଉଚ୍ଚ ପର୍ବତ ଆରୋହଣ କରୁଥିବାବେଳେ ସେଠାରେ ଫସି ଯାଇଥିଲେ  ।

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଟିମ୍‌ ସେଠାରେ ପହଞ୍ଚି ଆଠ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ଉଦ୍ଧାରକାରୀ ଦଳ ସୋମବାର ସକାଳେ ୧୧ ଜଣ ମୃତଦେହ ପାଇଛନ୍ତି  । ଏବେବି ନିଖୋଜ ୧୨ ଜଣ ପର୍ବତାରୋହୀଙ୍କ ଖୋଜା ଚାଲିଛି  । ଖୋଜାଖୋଜି ବେଳେ ଉଦ୍ଧାରକାରୀ ଟିମ୍‌ ୩ ଜଣଙ୍କୁ ଜୀବିତ ପାଇଥିଲେ  ।

ଆଗ୍ନେୟଗିରି ଉଦଗୀରଣ ପରେ ଧଳା ରଙ୍ଗର ଧୂଆଁ ଚାରିଆଡେ ବ୍ୟାପି ଯାଇଥିଲା  । ଏଥିଯୋଗୁଁ ଅନେକ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ  । ଆଗ୍ନେୟଗିରିରୁ ଏତେ ମାତ୍ରାରେ ପାଉଁଶ ଓ ଧୂଆଁ ବାହାରିଥିଲା ଯେ ଆଖପାଖ ଗାଁ ବି ଏଥିରୁ ବର୍ତ୍ତି ପାରିନଥିଲା  ।