ବାଲେଶ୍ୱର: ଚା’ ପିଇ ୧୧ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରଣସିଂହ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଗାଁର ଏକ ବାହାଘର ଭୋଜି ପାଇଁ ଗାଁ ଲୋକଙ୍କୁ ସକାଳୁ ଚା’ ପିଇବାକୁ ଦିଆଯାଇଥିଲା । ତେବେ ଚା ପିଇବା ପରେ ହଠାତ ୧୧ଜଣ ଅସୁସ୍ଥ ହୋଇପଡ଼ିଥିଲେ।

ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ, ସେମାନଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅସାବଧାନତା ଯୋଗୁଁ ଚା’ରେ ପତି ବଦଳରେ କୀଟନାଶକ ମିଶିଥିବାକୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।


