ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, ୧୧ ଜଣଙ୍କ ମୃତ୍ୟୁ
2 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୧୯୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ହଜାର ୪୭୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୨୨ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ୧ ଲକ୍ଷ ୫୫ ହଜାର ୫ ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୧୮ ହଜାର ୬୪୨ ଜଣ । ରାଜ୍ୟରେ ୨୪ ଲକ୍ଷ ୭୨ ହଜାର ୫୧୭ କମୁଲେଟିଭ ଟେଷ୍ଟ ଏପର୍ଯ୍ୟନ୍ତ ହୋଇଛନ୍ତି । କରୋନା ସକ୍ରିୟ ସଂଖ୍ୟା ୩୫ ହଜାର ୬୭୩ । ସବୁଠାରୁ ବଡ଼ କଥା ହେଉଛି ଆଜି ମଧ୍ୟ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୬୩୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଜି ପୁଣିଥରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୭୫୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।
Regret to inform of the demise of eleven Covid positive patients while under treatment in hospitals.
1.A 35 year old male of Bhubaneswar who was also suffering from Diabetes, Hypertension & Old Cerebro Vascular accident.
2. A 52 year old male of Bhubaneswar.
— H & FW Dept Odisha (@HFWOdisha) September 14, 2020
ଭୁବନେଶ୍ୱରରୁ ଜଣେ ୩୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଓଲଡ ସେରେବ୍ରୋ ଭସ୍କୁଲାର ଆକ୍ସିଡେଣ୍ଟ ରୋଗରେ ପୀଡ଼ିତ ଥିଲେ । ଏହା ସହିତ ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।
3.A 70 year old female of Bolangir district who was also suffering from Diabetes.
4.A 40 year old female of Bolangir district who was also suffering from Diabetes.
— H & FW Dept Odisha (@HFWOdisha) September 14, 2020
ବଲାଙ୍ଗୀରରୁ ଜଣେ ୭୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିଲେ । ଏହା ସହିତ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହ ରୋଗରେ ପୀଡ଼ିତ ଥିଲେ ।
5.A 75 year old male of Cuttack district who was also suffering from Diabetes, hypertension, Cerebro Vascular Accident and Chronic Kidney Disease.
6.A 56 year old male of Cuttack district.
7.A 76 year old male of Cuttack district.
— H & FW Dept Odisha (@HFWOdisha) September 14, 2020
କଟକରୁ ଜଣେ ୭୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ,ଉଚ୍ଚ ରକ୍ତଚାପ, ସେରେବ୍ରୋ ଭସ୍କୁଲାର ଆକ୍ସିଡେଣ୍ଟ ଏବଂ କ୍ରୋନିକ କିଡନୀ ରାଗରେ ପୀଡ଼ିତ ଥିଲେ । ଏହା ସହିତ ଜଣେ ୫୬ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ୭୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।
8.A 68 year old male of Cuttack district who was also suffering from Diabetes, Hypertension.
9.A 60 year old female of Kandhamal district.
10.A 54 year old male of Nayagarh district who was also suffering from Diabetes.
— H & FW Dept Odisha (@HFWOdisha) September 14, 2020
କଟକରୁ ୬୮ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । କନ୍ଧମାଳରୁ ୬୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ରୁ ଜଣେ ୫୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିଲେ ।
11.A 58 year old male of Mayurbhanj district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 14, 2020
ମୟୁରଭଞ୍ଜରୁ ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।